୧୧ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

0 43

ଭୁବନେଶ୍ଵର, ୧୦/୦୪ : ସରିଲା ରାଜ୍ୟ କ୍ୟାବିନେଟ ବୈଠକ। ୫ଟି ବିଭାଗର ୧୧ଟି ପ୍ରସ୍ତାବ ଉପରେ ମୋହର। ଜଳ ସମ୍ପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମତି ମିଳିଛି। ପାର୍ବତୀଗିରି ମେଗା ଜଳପ୍ରକଳ୍ପକୁ ଗୁରୁତ୍ଵ ଦିଆଯାଇଛି। ଏହି ଜଳ ପ୍ରକଳ୍ପ ଦ୍ଵାରା ୬୧୨୦ ହେକ୍ଟର ଜମି ଜଳସେଚିତ ହେବ। ଏହାଦ୍ଵାରା ସମ୍ବଲପୁରର ୧୪ଟି ଗାଁ ଉପକୃତ ହେବେ। ସେହିପରି ଅଟଳ ବସଷ୍ଟାଣ୍ଡ ପାଇଁ ୩୪୦୦ କୋଟିର ବ୍ୟୟ ଅଟକଳ କରାଯାଇଛି। ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ ହେବ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। 

hiring

କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣା ନୀତି ୨୦୨୬କୁ ଅନୁମୋଦନ ମିଳିଛି। ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣା ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ’ଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି। ଏହା ବାଦ୍ ୩୪୦୦ କୋଟି ଅଟଳ ବସଷ୍ଟାଣ୍ଡ ଯୋଜନାକୁ କ୍ୟାବିନେଟ ମୋହର ବାଜିଛି। ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ବସଷ୍ଟାଣ୍ଡ osrtc ସମନ୍ୱୟରେ କରାଯିବ। ଏହା ସହ ଜଳସମ୍ପଦ ବିଭାଗର ୫ ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ବଡମ୍ବାର ୭୬ ଗାଁ, ନରସିଂହପୁର ଓ ତିଗିରିଆର ୫ଟି ଲେଖାଏଁ ଗାଁର ମୋଟ ୩୬୦୦ ହେକ୍ଟର ଜମିରେ ପାଣି ମାଡ଼ିବ। ସେହିପରି ୨୦୪ କୋଟିର ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ସମ୍ବଲପୁରରେ ୬୨୧୦ ହେକ୍ଟର  ଜମି ଜଳସେଚିତ ହେବ। 

ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ଦ୍ଵାରା ୩୦ ପ୍ରକଳ୍ପରେ ୬ହଜାର ହେକ୍ଟର ଜମି ଜଳସେଚିତ ହେବ। ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ପାଇବ। କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟରରେ ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଂଚଳରେ ଜମି ଜଳସେଚିତ ହେବ। କେନ୍ଦୁଝରରେ ୧୬୪୭ କୋଟିର ବ୍ୟୟରେ ନୂଆ 2*500 mva ସବ ଷ୍ଟେସନକୁ ଅନୁମୋଦନ ମିଳିଛି। ଯାହାର କାମ ୩ ବର୍ଷରେ ସରିବ। ଏହା ସହ ଚାକିରୀ ସର୍ତ୍ତବଳିରେ ସଂଶୋଧନ, କ୍ୟାଡର ରୁଲ ପରିବର୍ତ୍ତନ ଶ୍ରମ ବିଭାଗର ୩ ପ୍ରସ୍ତାବ ପାରିତ ହୋଇଛି।

hiranchal ad1
Leave A Reply

Your email address will not be published.

twelve − 11 =