୫୦ ଫୁଟ ଟାଙ୍କି ଉପରେ ଧାରଣା ଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟା

0 126

ପାଟଣାଗଡ଼: ପାଣି ପାଣି ଆନ୍ଦୋଳନ । ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନବ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ । ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖ ରୁ ଧୂମାଭଟା ଗାଁରେ ଧାରଣାରେ ବସିଥିଲେ ବେଲପଡା ବ୍ଲକ ୨୬ ନମ୍ବର ଜିଲ୍ଲା ପରିଷଦ ଅନିମା ଦାସ ।କିନ୍ତୁ ଏହାର କିଛି ସୁଫଳ ନ ମିଳିବାରୁ ଆଜି ଧୂମାଭଟା ଗାଁରେ ଥିବା ପାଣିଟାଙ୍କି ଉପରକୁ ଚଢି ଧାରଣା ଦେଇଛନ୍ତି । ପ୍ରାୟ ୫୦ ଫୁଟ ଉପରକୁ ଚଢି ଧାରଣା ଦେଇଥିବା ବେଳେ ଦାବି ପୂରଣ ନହେବା ପ୍ରର୍ଯ୍ୟନ୍ତ ତଳକୁ ଓହ୍ଲେଇବୁନି ଚେତାବନୀ ଦେଉଛନ୍ତି । ଘଟଣା ସ୍ଥଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଞ୍ଚି ବୁଝାସୁଝା କଲେ ବି ନିଜ ଜିଦରେ ଅଡି ବସିଛନ୍ତି ଦୁଇ ଜିଲ୍ଲା ପରିଷଦ । ଅନିମା ଦାସ ଏବଂ୨୫ ନମ୍ବର ଜିଲ୍ଲା ପରିଷଦ ଶବ୍ଦ ମିର୍ଦ୍ଧା ମଧ୍ୟ ଟାଙ୍କି ଉପରକୁ ଚଢି ଆନ୍ଦୋଳନ କରୁଛନ୍ତି ।ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳ ଏକଜ୍ୟୁଟିଭ୍‌ ଇଞ୍ଜିନିୟର ରୌପ୍ୟ ରଞ୍ଜନ ବେହେରା ,ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଗନ କୁମାର ବାଗ ବେଲପଡ଼ା, ଆର୍‌ ଡବ୍ଲୁଏସ୍‌ଏସ୍‌ ଜେଇ ଦିବ୍ୟ ଲୋଚନ ମାଝୀ ଓ ସରିତା କୁଞ୍ଜଲ ଏବଂ ବେଲପଡ଼ା । ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ବେଲପଡ଼ା ଅଗ୍ନିସମ ବିଭାଗ କର୍ମଚାରୀ ଧାରଣ ସ୍ଥଳକୁ ପହଁଚି ବୁଝାମଣା କରିଥିଲେ । ଯାଥା ଶୀଘ୍ର ସମ୍ଭବ ପାନୀୟଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପରେ ଧାରଣାରୁ ଓହରି ଥିଲେ ।

hiranchal ad1
Leave A Reply

Your email address will not be published.

10 − 9 =