୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

0 62

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗତକାଲି ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ । କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ସମ୍ଭାବନା । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ଓଡିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ପବନ କି ବର୍ଷା ହେବନି ବୋଲି କହିଛନ୍ତି ଶ୍ରୀ ମହାପାତ୍ର । ତେବେ ଦେଶର ଦକ୍ଷିଣ ଭାଗ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

17 − eleven =