ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି  

0 147

କଟକ: ବାଲେଶ୍ୱର ଫକୀରମୋହନ  ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା  ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି  ହୋଇଛି । ଏଣିକି ଅପରାହ୍ଣ ସାଢ଼େ ୫ଟା ପରେ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ କିମ୍ବା ଛାତ୍ରୀ  ରହିପାରିବେନି । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଜାରି  ନିର୍ଦ୍ଦେଶାନାମାରେ ଏପରି ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ  ବିଧିବଦ୍ଧ ଏସ୍‌ଓପି ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ  ବୋଲି ଚିଠିରେ କୁହାଯାଇଛି । ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା  ଦୃଷ୍ଟିକୋଣରୁ ଏପରି ନିର୍ଦ୍ଦେଶ ଜାରି ହୋଇଥିବା ଜଣାଯାଇଛି।

hiranchal ad1
Leave A Reply

Your email address will not be published.

1 × two =