କଳାକାରମାନଙ୍କ ନିମନ୍ତେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

0 454

ଗଣିଆ: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗକୁ ନେଇ ବୁଧବାର ଦିନ ବ୍ଳକ ସଭାଗୃହରେ କଳାକାରମାନଙ୍କର ଏକ ବୃକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଣିଆ ବ୍ଳକ କଳା ଓ ସଂସ୍କୃତି ସଂଘର ସଭାପତି ରତନଲାଲ ଲୋହରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥିଭାବେ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳ ସମ୍ମାନିତ ଅତିଥିଭାବେ ସମାଜିକ ସୁରକ୍ଷା କର୍ମୀ ପ୍ରଣୟ କୁମାର ନାୟକ, ଗଣିଆ ବ୍ଳକ କଳା ଓ ସଂସ୍କୃତି ସଂଘର ଗୁରୁ କେଶବ ରଣା, ଉପସଭାପତି ବିଜୟ କୁମାର ବେହେରା, ବରିଷ୍ଠ ସଦସ୍ୟ ଧୃବ ଚରଣ ରାଉତ ପ୍ରମୁଖ ମଂଚାସୀନ ଥିଲେ । ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସଚେତନତା କରାଇବା ସହିତ ଓଡ଼ିଶାର ପାରମ୍ପରିକ ଲୋକକଳାର ସଂରକ୍ଷଣ, ବିକାଶ ତଥା ପ୍ରଚାର ପ୍ରସାର ହେବ ଏବଂ କଳାକାରମାନଙ୍କର ଜୀବନ ଜୀବିକାରେ ସହାୟକ ହୋଇପାରିବ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ବିଶେଷକରି ପାଲା, ଦାସକାଠିଆ, ସଂକୀର୍ତନ, ଘୋଡ଼ାନାଚ ଓ ଷଲାକ ସଙ୍ଗୀତ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ବ୍ଳକର ୮ଗୋଟି ପଂଚାୟତର ପ୍ରତ୍ୟେକ କଳା ସଂସ୍କୃତି ସଂଘର ଶତାଧିକ ସଦସ୍ୟଯୋଗଦାନ କରିଥିଲେ । ସରକାରଙ୍କ ଦ୍ୱାରା ବିଭିନ୍ନ ଜନହିତକାରୀ ଯୋଜନା ଯଥା ମମତା ଯୋଜନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମିଶନ ଶକ୍ତି ଯୋଜନା, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି ଯୋଜନା, ଆମ ହସ୍ପିଟାଲ, କ୍ରୀଡ଼ା, ବିଜୁ ପକାଘର ଯୋଜନା, ମୋ ଘର ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା, ୫ଟି ରୁପାନ୍ତରିତ ହାଇସ୍କୁଲ ଯୋଜନା ଆଦି ସଂପର୍କରେ ଲୋକମାନଙ୍କୁ ଅବଗତ ତଥା ସଚେତନତା କିଭଳି କରାଯାଇପାରିବ ଏ ନେଇ ବିଭାଗୀୟ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty + two =