ହରଭଙ୍ଗା : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆଠାରେ ୨୦ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍ ବୁଧବାର ତୃତୀୟ ଦିନରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖୋର୍ଦ୍ଧା ରଘୁନାଥ କ୍ଳବ ସହିତ ସୋନପୁର ଜୟଦୁର୍ଗା କ୍ଲବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥିଭାବେ ବ୍ୟବସାୟୀ ଅଶୋକ ଅଗ୍ରୱାଲ, ସମ୍ମାନିତ ଅତିଥିଭାବେ ଜୟନ୍ତ ଦାସ, ପୁରୁଣାକଟକ ବନାଞ୍ଚଳ ଅଧିକାରୀ, ପିତାମ୍ବରପୁର ସରପଞ୍ଚ ଅଜିତ ବାରିକ, ଆସୋସିଏସନ କମିଟିର ସଭାପତି ଅର୍ଜୁନ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ଦଳ ଘନ ଘନ ଆକ୍ରମଣ ଜାରି ରଖି ମଧ୍ୟାନ୍ତର ପୂର୍ବରୁ ସୋନପୁର ଦଳ ପ୍ରଥମ ଗୋଲ କରିଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଖୋର୍ଦ୍ଧା ପକ୍ଷରୁ ଏକ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲା । ଫଳରେ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା ଏଥିରେ ସୋନପୁର ଦଳ ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାରେ ମୁଖ୍ୟ ରେଫରି ଭାବେ ସଲିଲ କୁମାର ବେହେରା, ଲାଇନମ୍ୟାନ ଭାବେ ଶେଷଦେବ ବେହେରା, ଗରିବ ବେହେରା ଓ ଚତୁର୍ଥ ରେଫରି ଭାବେ ଦେବବ୍ରତ ବେହେରା ଖେଳକୁ ପରିଚାଳନା କରିଥିଲେ । ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧ୍ୟକ୍ଷ ନାରାୟଣ ମହାନ୍ତି, ଉପସଭାପତି ବିଜ୍ଞାନ କର୍ଣ୍ଣ, ସହ ସମ୍ପାଦକ ପ୍ରବୀଣ ବେହେରା, ବିକାଶ ମିଶ୍ର, ସିମୁନ ନାଏକ, ଚିକୁ ମହାନ୍ତି, ରାଜିବ, କିନୁ ବେହେରାଙ୍କ ସମେତ ତିଲେଶ୍ୱର ବଜାର ଆସୋସିଏସନର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ ।