ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

0 74

ବୌଦ୍ଧ,୨୭/୧୨:- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମିତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ପୁରୀରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା । ପରେ ପରେ ସ୍ୱତନ୍ତ୍ର ପ୍ରତିନିଧିଦଳଙ୍କୁ ମିଶନ ଶକ୍ତି ମାଁ, ସ୍ୱଚ୍ଛସାଥୀ, ଅଧିକାରୀ, କର୍ମଚାରୀ, ସଂକୀର୍ତ୍ତନ ପରିବେଷଣ ପୂର୍ବକ ପଦଯାତ୍ରାରେ ପାଛୋଟି ଆଣିଥିଲେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ୟ୍ୟନାରାୟଣ ବେହେରା, ସହକାରୀ ଜିଲ୍ଲାପାଳ ଚାନ୍ଦିନୀ ମେହେର, ମନ୍ଦିର କମିଟି କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏହି ପ୍ରତିନିଧିଦଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ପାଛୋଟି ନେଇଥିଲେ ।

hiring

ପରେପରେ ପ୍ରତିନିଧି ଦଳ ପୁରୁଣାକଟକର ମା’ ଭୈରବୀ ମନ୍ଦିରର ପୂଜକ ଅଜିତ କୁମାର ଦେହୁରୀ ଏବଂ ପ୍ରଦୀପ କୁମାର ଦେହୁରୀ ଏବଂ ଚନ୍ଦ୍ରଚୁଡ ମନ୍ଦିର ବୌଦ୍ଧର ପୂଜକ ହରିଶ ପ୍ରସାଦ ବିଶି, ଦେବାଶିଷ ବିଶି ଏବଂ ଚନ୍ଦ୍ରଚୁଡ ମନ୍ଦିର କମିଟି ସଦସ୍ୟ ଦେବାଶିଷ ପୁରୋହିତଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ପ୍ରତିନିଧି ଦଳରେ ରାଜ କିଶୋର ପଣ୍ଡା, ଜଗବନ୍ଧୁ ମହାସୁଆର, ଲୋକନାଥ ଖୁଣ୍ଟିଆ, ସୁଆର, ମହାସୁଆର, ନିଯୋଗ ସେବାୟତ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠକୁ ନିମନ୍ତ୍ରଣ କରି ସେଠାରେ ବାର୍ତ୍ତାଳାପ ପରେ ଏହି ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାକୁ ଗସ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + five =