ଆନନ୍ଦବଜାର ଶୃଙ୍ଖଳା ​ବୈଠକ: ଅବଢ଼ା ଦର ନେଇ ବାହାରିଲାନି ନିଷ୍କର୍ଷ

0 123

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ୱତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ଲାଗିବାକୁ ଥିବା ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ । ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ । ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାରକରି ଦିଆଯାଇଛି । କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା, ଜରି କାଢି ଶେଡର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଭଲ ଘିଅ ଅର୍ଥାତ୍‌ ଓମଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜି ବୈଠକରେ ଆଲୋଚନା ହୋଇଛି । ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ । ଗଠିତ ହୋଇଥିବା କୋର୍‌ କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ । ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି । ବିଶେଷ କରି ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦ ବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନୀତି ପ୍ରଶାସକ, ସୁଆର ମହାସୁଆର ନିଯୋଗ ଓ ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

hiring

hiranchal ad1
Leave A Reply

Your email address will not be published.

eleven − seven =