୧୦୫ ଗ୍ରାମ ବ୍ରାଉନସୁଗାର ସହ ସ୍କୁଟି ଜବତ, ଜଣେ ଗିରଫ

0 149

ଆଠଗଡ଼: ଧଳା ଜହରରେ କବଳିତ ଏବେ ଯୁବପିଢି । କଟକ ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଧଳା ଜହରର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଆଠଗଡ଼ ଓ ଆଖ ପାଖ ଅଞ୍ଚଳରେ ଚାଲିଛି ଧଳା ଜହର ଭଳି ନିଶା କାରବାର ।କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ସୋମବାର ଜଣେ ବ୍ୟକ୍ତିଙ୍କୁ ଧଳା ଜହର ବିକ୍ରି କରିବା ସମୟରେ ମାଡ଼ି ବସିଲା ଅବକାରୀ ବିଭାଗ । ବାଙ୍କୀ ନୂଆଗାଁ ଅଞ୍ଚଳର ପ୍ରତାପ ରାଉତକୁ ଗିରଫ କଲା ଅବକାରୀ ବିଭାଗ । ତା ନିକଟରୁ ୧୦୫ ଗ୍ରାମ ବାଉନସୁଗାର ସହ ଏକ ସ୍କୁଟିକୁ ଜବତ କରିଛି ବିଭାଗ ।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏ ସମ୍ପର୍କରେ ଅଧିକ ଖୋଳତାଡ କରି ତଦନ୍ତ ଆରମ୍ଭ କରିବା ସହିତ ଆଗକୁ ଆହୁରି ବଡ଼ ରାକେଟ ଠାବ କରାଯିବ ବୋଲି କହିଛନ୍ତି ଆଠଗଡ଼ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡଣ୍ଟ । ଆଠଗଡ଼ ଅବକାରୀ ବିଭାଗ ତରଫ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବା ସୂଚନା ଦେଇଛନ୍ତି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା ।

hiranchal ad1
Leave A Reply

Your email address will not be published.

5 × one =