ଚୈତ୍ରପୂର୍ଣ୍ଣିମାରେ ଦେବୀ ସୁନାଦେଇଙ୍କ ବଏଲ୍‌ ଯାତ୍ରା

0 92

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ାର ଅଧୃଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଚୈତ୍ରପୂର୍ଣ୍ଣିମା ଅବସରରେ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚକୋଟିଆ ଭୁଞ୍ଜିଆ ଏକ ନିଆରା ପରମ୍ପରା ମଧ୍ୟରେ ମାଁ ସୁନାଦେଇଙ୍କୁ ଧାନ ବିହନକୁ ଅର୍ପଣ କରି ଚାଷୀ ନେଇଥାନ୍ତି । ପରେ ସେହି ବିହନକୁ ଜମିରେ ବୁଣନ୍ତି । ଆଜି ପୂର୍ବାହ୍ନରେ ସୁନାବେଡ଼ା ଅଭୟାରଣ୍ୟର ପ୍ରତ୍ୟକ୍ଷ ଦେବୀ ମାଁ ସୁନାଦେଇଙ୍କ ମନ୍ଦିରରେ ପୂଜା ହୋଇଥିଲା । ପାଟମାଝି ଓ ଚକୋଟିଆ ଭୁଞ୍ଜିଆମାନେ ମାଁଙ୍କୁ ଶୃଙ୍ଗାର ପିନ୍ଧାଇ ସୁସଜ୍ଜିତ କରିଥିଲେ । ମାନସିକଧାରୀଙ୍କ ବୋଦା ବଳିରେ ମାଁଙ୍କ ପୀଠ ରକ୍ତରଞ୍ଜିତ ହୋଇଥିଲା । ସେଠାରୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମାଁ ସୁନାଦେଇ ବୁଏଲ ଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲା । ଗାଁ ଦାଣ୍ଡରେ ଘରେ ଘରେ ଛତରକୁ ବନ୍ଦାପନା କରାଯାଇଥିଲା । ମଧ୍ୟାହ୍ନରେ ମାଁ ଲିଙ୍ଗ ଭଗକୁ ପୂଜା ପାଇବାକୁ ପହଞ୍ଚିଥିଲେ । ସେଠାରେ ମଧ୍ୟ ମାନସିକଧାରୀ ବଳି ଦେଇଥିଲେ । ସୁନାବେଡ଼ା ଉପତ୍ୟକାର ଶତାଧିକ ଭକ୍ତ ମାଁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ବିହନ ଛିନା ଆରମ୍ଭ ହୋଇଥିଲା । ଚାଷୀମାନେ ବର୍ଷର ପ୍ରଥମ ବିହନକୁ ମାଁଙ୍କ ଠାରେ ଅର୍ପଣ କରନ୍ତି । ସେହି ବିହନକୁ ଭାଗବଣ୍ଟା କରି ନୂଆ ବସ୍ତ୍ରରେ ଘରକୁ ମୁଁ ନେଇଥାନ୍ତି । ଉକ୍ତ ବିହନକୁ ଅକ୍ଷୟ ତୃତୀୟାରେ ପୂଜା ଅର୍ଚ୍ଚନା କରି ଜମିରେ ପ୍ରଥମେ ବୁଣିଥାନ୍ତି । ଏହାଦ୍ୱାରା ଭଲ ଚାଷ ହୁଏ, ରୋଗ, ପୋକ ଲାଗି ନଥାଏ ବୋଲି ଚକୋଟିଆ ଭୁଞ୍ଜିଆଙ୍କ ବିଶ୍ୱାସ ରହିଛି । ଏହି ବିହନ ଛିନା ଯାତ୍ରା ତଥା ଚୈତ୍ରପୂର୍ଣ୍ଣିମାରେ ମାଁଙ୍କ ଛତର ଯାତ୍ରା ବହୁ ବର୍ଷରୁ ଆରମ୍ଭ ହୋଇଛି । ମନ୍ଦିର ମୁଖ୍ୟ ପୂଜକ ବିଶ୍ରାମ ଛତ୍ରିଆ ପୂଜା ଅର୍ଚ୍ଚନା କରିଥିବା ବେଳେ କୁଳବଲ ମାଝି, ବିଜୟ ଝାଙ୍କର ସମେତ ଆଖପାଖ ଗାଁ ଲୋକେ ପରିଚାଳନା କରିଥିଲେ । ପ୍ରକାଶ ଯେ, ଆଶ୍ୱିନ ପୂର୍ଣ୍ଣିମା ଓ ଚୈତ୍ର ପୂର୍ଣ୍ଣିମା ତିଥରେ ସୁନାବେଡ଼ା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ ବୁଏଲ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମନ୍ଦିରରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜା ହୋଇଥାଏ ।

hiranchal ad1
Leave A Reply

Your email address will not be published.

nineteen + 20 =