ଦୁଗ୍ଧ ଓ ଗୋ-ପାଳନ ଚାଷୀଙ୍କ ଦକ୍ଷତା ବିକାଶ ଦିଗରେ ପ୍ରଶିକ୍ଷଣ ଶିବିର ଉଦଘାଟିତ

0 275

ହରଭଙ୍ଗା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ହରଭଙ୍ଗା ବ୍ଲକ୍‌ ଧଳପୁର ଠାରେ ଥିବା ଜୟ ଜଗନ୍ନାଥ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧଚାଷୀମାନଙ୍କର ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ତିନିଦିନିଆ ଗୋପାଳକ ତାଲିମ ଶିବିର ଆୟୋଜନ ହୋଇଯାଇଛି । ଏହି ତାଲିମ୍‌ ଶିବିରରେ ମୁଖ୍ୟ ଅତିଥି ଭାବରେ ପ୍ରାଣୀ ପାଳନ ବିଭାଗର ପୂର୍ବତନ ମାଲକାନଗିରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ପ୍ରଭାତ କୁମାର ସାହୁ ଯୋଗଦାନ କରିଥିଲେ । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟି ଏହି ତାଲିମ୍‌ ଶିବିରରେ ଚାଷୀମାନଙ୍କୁ ଗୋ-ପାଳନର ମାହାତ୍ମ୍ୟ ବିଷୟରେ ଅବଗତ କରାଇଥିଲେ । ଧଳପୁର ଗ୍ରାମ ଓ ଏହାର ଆଖପାଖ ୫ଟି ଗ୍ରାମରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗୋପାଳକ ଚାଷୀମାନେ ଉକ୍ତ ତାଲିମ୍‌ ଶିବିରରେ ଯୋଗଦାନ କରି ଗୋପାଳନର ଅନୁଭବ କରୁଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ସମାଧାନ ଉପରେ ଶିକ୍ଷାଲାଭ କରିଥିଲେ । ଡ଼ା. ସାହୁ ଗୋପାଳନର ବିଭିନ୍ନ ଦିଗ, ଉନ୍ନତ ଖାଦ୍ୟସାରଣୀ ଓ ଗୋପାଳନର ଉଚିତ୍‌ ଦିନଚର୍ଯ୍ୟା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇବା ସହିତ ସେମାନେ ସଠିକ୍‌ ଭାବରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଗୋପାଳନ କଲେ ଅଧିକ ଲାଭବାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ୍‌ ଶିବିରରେ ଧଳପୁର ଭାରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ଯୋଗଦାନ କରିଥିଲେ ବେଳେ ଓମଫେଡ୍‌ର ଦୁଗ୍ଧ ମାର୍ଗ କ୍ଷେତ୍ର ପରିଚାଳକ ସହଦେବ ଶତପଥୀ ଯୋଗଦାନ କରିଥିଲେ । ଉକ୍ତ ତାଲିମ ଶିବିର ସଫଳ କରିବାରେ ଦୁଗ୍ଧ ସମବାୟ ସମିତିର ସମ୍ପାଦକ ଏବଂ ସମସ୍ତ ଦୁଗ୍ଧ ଚାଷୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − nine =