ଜଳୁଛି ଜଙ୍ଗଲ; ବନ ବିଭାଗକୁ ନିଆଁ ଲିଭାରେ ସାହାଯ୍ୟ କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

0 194

ଦାରିଙ୍ଗବାଡି: ଖରାଦିନ ଆରମ୍ଭ ହେଉଣୁ ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡି ନିକଟସ୍ଥ ଜଙ୍ଗଲ ଜଳୁଛି । ଜଙ୍ଗଲରେ ଶିକାର କରିବା ପାଇଁ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଜଣାପଡ଼ିଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ଅନ୍ୟ ପକ୍ଷରେ ଜଙ୍ଗଲ ଜଳୁଥିବାରୁ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡିଯାଇଛି । ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ବନ ବିଭାଗକୁ ନିଆଁ ଲିଭାଇବାରେ ସହଯୋଗ କରୁଛନ୍ତି । ତେବେ ଜଙ୍ଗଲର ଅଧିକରୁ ଅଧିକ ଅଞ୍ଚଳକୁ ନିଆଁ ବ୍ୟାପୁଥିବାରୁ ନିଆଁକୁ ବନ ବିଭାଗ ଆୟତ୍ତ କରିବାକୁ ସହଜ ହେଉ ନାହିଁ । ତଥାପି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ନେତୃତ୍ୱରେ ସିମନବାଡି ବନପାଳ ରବି ମୋହନ ନାୟକ ବନରକ୍ଷୀ ସ୍ୱପ୍ନା ପାତ୍ର, ବିଭୂଦତ ପଲାଇଙ୍କ ସହିତ ନିଆଁ ଲିଭା ଦଳ ଦିନ ରାତି ଏକ କରି ନିଆଁ ଲିଭାଇବାରେ ଅହରହ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗାଁ ଗାଁରେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ସେମାନଙ୍କ ସମ୍ପତ୍ତି ତାହାର ସୁରକ୍ଷା କରିବା ସହିତ ଜଙ୍ଗଲରେ ନିଆଁ ନଲଗାଇବାକୁ ସଚେତନ କରାଯାଉଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହିତ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

3 × 1 =