ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ମୃତ, ଜଣେ ଗୁରୁତର

0 166

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ର୍ରଭାବରେ ହୋଇଥିବା ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କୋଟିନଡା ଥାନା ଅନ୍ତର୍ଗତ ଧୋବାଡି ନିକଟରେ ବ୍ରଜଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାନ କୋଟିନଡାର ଗ୍ରାମର ଆଲୋକ ବେହେରା । ସେ କୌଣସି କାମରେ ଧୋବାଡି ଯାଉଥିବା ବେଳେ ମରାଠୀ ବସା ନିକଟରେ ବ୍ରଜଘାତରେ ଶିକାର ହୋଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକ ଓ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିଭଳି ଶେରଗଡ଼ ବ୍ଲକ ଅଧିନ ବ୍ରହ୍ମଣଛାଇ ନିକଟରେ ମଇଁଷି ଚରାଉ ଥିବା ସମୟରେ ବ୍ରଜଘାତରେ ଦୁଇଟି ମଇଁଷି ମୃତ୍ୟୁ ବରଣ କରିଥିବା ବେଳେ ମଇଁଷି ଚରାଳି ଆସିକା ଥାନା ଅଧିନସ୍ଥ ପାକିଡି ଗ୍ରାମର ସୁରେନ୍ଦ୍ର ଗୌଡ଼ ଆହାତ ହୋଇଛନ୍ତି । ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହିତ ଚିକିତ୍ସା ଜାରି ରହିଛି । ତେବେ ଅପରାହ୍ନରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଭିଷଣ ବର୍ଷା ସାଙ୍ଗକୁ ପବନ ମଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 + 10 =