ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

0 375

ପୁରୀ: ଗତ ମେ ୩ ତାରିଖରେ କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ଶତ୍ରୁଜିତ୍‌ ପାଣି ଗିରଫ ହୋଇଥିଲେ । ତାଙ୍କଠାରୁ ୬୨୪ କେ.ଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ବ୍ରହ୍ମଗିରି ଥାନା ପୋଲିସ ଓ ଏସ୍‌ଆଇଟି ଟିମ୍‌ ଏଥିସହ ତାଙ୍କଠାରୁ ହାତ ତିଆରି ବୋମା ଜବତ ମଧ୍ୟ କରିଥିଲା ।
ସେମାନେ ଗଞ୍ଜେଇ ଠୁଳ କରି ରଖୁଥିଲେ । ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଠୁଳ କରି ରଖିବା ସହ ରଥଯାତ୍ରାରେ ବେପାର କରିବା ପାଇ ଯୋଜନା କରିଥିଲା । ଦୀର୍ଘ ଦିନ ଧରି ସେମାନେ ଏହି କାରବାରରେ ସଂପୃକ୍ତ ଥିଲା । ଏହି ଘଟଣାରେ ପୁରୀ ପୋଲିସ ପ୍ରଶାସନ ୩ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତ କରିଛି । ଏହି ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ଆଟାଜ୍‌ ହୋଇଛି । କୋଲକୋତା ସ୍ଥିତ SAFEMA ବରିଷ୍ଠ ଅଧିକାରୀଙ୍କଠାରୁ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ମିଳିଥିବା ଟାଉନ୍‌ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ବ୍ରାଉନ୍‌ ସୁଗାର ବେପାରୀଙ୍କ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଥିଲା ।

hiranchal ad1
Leave A Reply

Your email address will not be published.

sixteen + 4 =