ଖଇରମାଲ ଗ୍ରାମରେ ମନ୍ଦିର ଜମିକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

0 67

ଉଲୁଣ୍ଡା: ବୀରମହାରାଜପୁର ତହସିଲ କେନଝରିଆପାଲି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଖଇରମାଲ ଗ୍ରାମରେ ଏକ ମନ୍ଦିର ଜମିକୁ ନେଇ ବିବାଦ ଦେଖାଦେଇଛି । ଜନୈକ ବ୍ୟକ୍ତି ଗ୍ରାମର ନାରାୟଣୀ ମନ୍ଦିର ସୀମା ଭିତରେ ଜବରଦଖଲ ପୂର୍ବକ ଘର ତିଆରି କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀ ମଙ୍ଗଳବାର ବୀରମହାରାଜପୁର ତହସିଲଦାରଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ତୁରନ୍ତ ଜବରଦଖଲ ହଟାଯିବାକୁ ଦାବି କରି ଆଜି ସ୍ଥାନୀୟ ବିଧାୟକ ଏବଂ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ତହସିଲରେ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୋଗ ମତେ ଗ୍ରାମରେ ଥିବା ନାରାୟଣୀ ମନ୍ଦିର ଖାତା ନମ୍ବର – ୧୯୫ ଓ ପ୍ଲଟ ନମ୍ବର – ୧୦୧୪ ଧର୍ମ ପୀଠ ନାମରେ ରେକର୍ଡ ରହିଛି । ଅନ୍ୟ ପକ୍ଷରେ ମନ୍ଦିରର ପ୍ରାଚୀର ନିର୍ମାଣ ପାଇଁ ଅନୁଦାନ ମିଳିଥିଲେ ସୁଦ୍ଧା, ବିବାଦ ପାଇଁ କାମ ନ ହୋଇ ଅର୍ଥ ପଡ଼ିରହିଥିବା ଜଣାପଡ଼ିଛି । ରଙ୍ଗ ବିଶ୍ୱାଳ, ପିଙ୍କି ଶଙ୍ଖୁଆ, ଶୈଳ ପାତ୍ର, ହୀନ ବଡମାଳି, ଉପାସି ବଘାର, ପ୍ରଭଞ୍ଜନ ପାତ୍ର, ଚନ୍ଦ୍ରମଣି ବଗର୍ତ୍ତି, ବେଣୁଧର ଶଙ୍ଖୁଆ, ପ୍ରମୋଦ ପ୍ରଧାନ, ସଞ୍ଜିବ ପାତ୍ର, ଗୋପବନ୍ଧୁ ବଡ଼ମାଳି ପ୍ରମୁଖ ଗ୍ରାମବାସୀ ଏଥିରେ ନେତୃତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

5 − three =