ପବିତ୍ର କାଳୀୟ ଦଳନ ଏକାଦଶୀରେ ଲବଣି ଖିଆ ନୀତି

0 63

ପୁରୀ : ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବେଶରେ ତିନି ଖଣ୍ଡ ଆଜ୍ଞା ମାଳ ଶ୍ରୀଜୀଉମାନେ ଲାଗି ହୁଅନ୍ତି । ଧୂପ ସରି ଭିତରେ ପାଣି ପଡିବା ପରେ, ଦକ୍ଷିଣୀ ଘର ଭୋଗ ସରିଥାଏ । ଶ୍ରୀମଦନମୋହନ, ରାମ, କୃଷ୍ଣ ତିନି ଚଳନ୍ତି ପ୍ରତିମା ଭିତର ରତ୍ନସିଂହାସନକୁ ବିଜେ କରିଥାନ୍ତି ।
ପୂଜାପଣ୍ଡା ଉକ୍ତ ପ୍ରତିମାଙ୍କୁ ଆଜ୍ଞାମାଳ ଦେବାପରେ ସେଠାରେ ବଟବୃକ୍ଷ ସମୀପରେ ଥିବା ପାଲିଙ୍କିରେ ବିଜେ କରିଥାନ୍ତି । ଏହାପରେ ବିମାନବଡୁ ସେବକମାନେ ପାଲିଙ୍କିକୁ ସ୍କନ୍ଧରେ ବହନ କରି ବଡ଼ଦେଉଳକୁ ଏକ ଥର ପରିକ୍ରମା କରି ଲୋକନାଥ ରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପ କୁ ବିଜେ କରାଇଥାନ୍ତି । ଏହି ସମୟରେ ମହାଭୋଇ (ଗଉଡ଼)ଘର ବୋହୁମାନେ ବନ୍ଦାପନା କରିଥାନ୍ତି । ସରଲବଣୀ ଭୋଗ ହୋଇଥାଏ । ପରେ ଶୀତଳ ଭୋଗ ବନ୍ଦାପନା ହୋଇ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିଥାନ୍ତି ।
ମାର୍କଣ୍ଡ ପୁଷ୍କରଣୀ ଦୀପଦାଣ୍ଡି ପାଖରେ ଏକ ମଞ୍ଚା ନିର୍ମିତ ହୋଇଥାଏ । ଏଠାରେ କନାରେ ନିର୍ମିତ ହୋଇଥିବା ଏକ ସର୍ପ ଆଘାତ କଲାପରେ ଜଣେ ଗରୁଡ଼ ବେଶ ରେ ଆସି ଅମୃତ ଲଡୁ ଦେଇ ବିଷ ଝାଡିଥାଏ ।ତତ୍ପରେ ଶୀତଳ ଭୋଗ ବନ୍ଦାପନା ହୋଇ ବାହୁଡା ବିଜେ ହୋଇଥାଏ । ସେଠାରେ ଚଳନ୍ତି ପ୍ରତିମାଙ୍କୁ ଏକାୟଦଶୀ ଭୋଗ ଓ ବନ୍ଦାପନା ପରେ ଦକ୍ଷିଣୀଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।ଏହାପରେ ଶ୍ରୀଜୀଉଙ୍କ କାଳୀୟଦଲନ ବେଶ ଅନୁଷ୍ଠିତ ହୋଇଥାଏ ।

hiranchal ad1
Leave A Reply

Your email address will not be published.

9 + nineteen =