ଧର୍ମଗଡ଼:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଚିକିଲି ଗ୍ରାମର ଚିତ୍ତରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚିତ୍ତରଞ୍ଜନ ନିଆଲ ଭକ୍ତ ଦାସଙ୍କ ନେତୃତ୍ୱକୁ ଅନୁପ୍ରାଣିତ ହୋଇ କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ କଂଗ୍ରେସରୁ ହାବଶପୁର ଯୋନ ସଭାପତି ଭାବେ ନିଜର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଥିଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇଥିଲେ । ବର୍ତ୍ତମାନ ଏସସି ସେଲର ରାଜ୍ୟ ଉପସଭାପତି ହେବା ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଅନୁସୂଚିତ ଜାତି ପ୍ରତି ବଢୁଥିବା ଅନ୍ୟାୟ ଅତ୍ୟାଚାର ,ଗରିବ ନିଷ୍ପେସିତ ମାନଙ୍କ ସ୍ୱର ହୋଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ ।
