ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲଦଣ୍ଡ

0 75

ଫୁଲବାଣୀ : ମନରେଗା ଯୋଜନାର ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି । ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା ବେଳେ ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା ଦେଇଛନ୍ତି ଭିଜିଲାନ୍ସ ଅଦାଲତ । ସୂଚନା ମୂତାବକ,ଗତ ୨୦୦୬-୦୭ ଆର୍ଥିକ ବର୍ଷରେ ବୌଦ୍ଧ ଜିଲ୍ଲା ଖୁଣ୍ଟୁବନ୍ଧ ପଞ୍ଚାୟତକୁ ମନରେଗା ଯୋଜନାରେ ଦୁଇଟି ରାସ୍ତା ଓ ଗୋଟିଏ ବନ୍ଧ କାମ ପାଇଁ ଅନୁଦାନ ଆସିଥିଲା । ଏହି ଅନୁଦାନରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରହରି ସାହୁ ଓ ସରପଞ୍ଚ ସୌମିତ୍ରୀ ମିଶ୍ର ୪ ଲକ୍ଷ ୪୨୨୩ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥଲା ।
ଏ ନେଇ ଭିଜିଲାନ୍ସ ବିଭାଗ ୨୦୧୦ ମସିହାରେ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ତେବେ ମାମଲାର ଶୁଣାଣି ବେଳେ ଏହି ଘଟଣାରେ ସରପଞ୍ଚ ମଧ୍ୟ ଦାୟୀ ବୋଲି ଅଦାଲତ ଅନୁଭବ କରିବା ପରେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଅଦାଲତର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତ ନିର୍ବାହୀ ଅଧିକାରୀ ଗୌରହରି ସାହୁଙ୍କୁ ୪ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।
ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଆଉ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି, ଅନ୍ୟ ଅଭିଯୁକ୍ତ ତଥା ତତ୍କାଳୀନ ସରପଂଚ ସୌମିତ୍ରୀ ମିଶ୍ରଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

10 + 12 =