ପୁରୀ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜାଣନ୍ତୁ କାହିଁକି

0 107

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷକ ପରିଧାନ ପ୍ରସଙ୍ଗ । ପୁରୀ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ସଂଘକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି । ବହିରାଗତ ଯାତ୍ରୀ ବା ଦର୍ଶନାର୍ଥୀଙ୍କୁ ସଚେତନ କରିବା ପାଇଁ ଲଜିଂ,ଗେଷ୍ଟ ହାଉସ୍‌, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ସେ ଚିଠି ଲେଖିଛନ୍ତି । ହୋଟେଲ୍‌ ମାନଙ୍କରେ ଟୁରିଷ୍ଟ ଗାଇଡ୍‌ ଓ ଯାତ୍ରୀପଣ୍ଡା ଭକ୍ତ ଓ ପର୍ଯ୍ୟଟକଙ୍କୁ ସଚେତନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲେଖିଛନ୍ତି ଚିଠି । ପୁରୁଷଙ୍କ ପାଇଁ ପ୍ୟାଣ୍ଟ, ସାର୍ଟ, ଚୁଡିଦାର ପଞ୍ଜାବୀ, ଧୋତି ଓ ମହିଳାଙ୍କ ପାଇଁ ଶାଢୀ ଓ ସାଲୁଆର୍‌ କମିଜ୍‌ ପରିଧାନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 + 5 =