୨୭ରୁ ଆରମ୍ଭ ହେବ ହରଗୌରୀ ଯାତ୍ରା

0 74

ସୋନପୁର : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ୪ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଢେରାପଡା ଠାରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ଏ ବର୍ଷ ୨୫ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ୩୦ତାରିଖରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାହେବା ପାଇଁ ସ୍ଥିର ହୋଇଛି । ୩୦ ତାରିଖରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ମହୋତ୍ସବରେ ବଲାଙ୍ଗୀରର ପଞ୍ଚମ ଓ ସୋନପୁରର ପଏଁରୀ ଅନୁଷ୍ଠାନ ଯୋଗଦେବାକୁ ଥିବାବେଳେ ୩୧ ତାରିଖରେ ବିଶିଷ୍ଟ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟଙ୍କ ଦ୍ୱାରା ପାରାୟଣ ପରିବେଷଣ କରାହେବ । ୧ ତାରିଖରେ ଭଜନ ସଂଧ୍ୟା “ଭକ୍ତି ଆରାଧନା’, ୨ ତାରିଖ ସମ୍ବଲପୁରୀ ଅର୍କେଷ୍ଟ୍ରା ହରି ମେଲୋଡ଼ି, ୩ ତାରିଖରେ ରାଞ୍ଚିର ହିନ୍ଦୀ ମେଲୋଡ଼ି ନାଇଟ୍ସ ଇକୋଡିଲା ଇଭେଣ୍ଟସ୍‌ ଓ ୪ତାରିଖରେ ମାଁ ମାହେଶ୍ୱରୀ ସମ୍ବଲପୁରୀ ଅର୍କେଷ୍ଟ୍ରା ଓ ମଧ୍ୟରାତ୍ରରୁ ନଗର ପରିକ୍ରମା ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ହରଗୌରୀ ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସଂପାଦକ ଜନ୍ମେଜୟ ପାତ୍ର, ସତ୍ୟନାରାୟଣ ରାଓ, ଆନନ୍ଦ ପାତ୍‌ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

11 + sixteen =