ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ “ଉତ୍ସାହ -୨୦୨୩’ କାର୍ଯ୍ୟକ୍ରମ

0 86

ସୁବର୍ଣ୍ଣପୁର: ଗତକାଲି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ବାର୍ଷିକ ମହୋତ୍ସବ ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କଠାରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପୁରସ୍କାରପ୍ରାପ୍ତ କନିଷ୍ଠ ରେଡକ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ ଯୋଗ ଦେଇ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଶିକ୍ଷାନୁଷ୍ଠାନର ପାଠପଢ଼ା ଶୈଳୀ, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଉଦବୋଧନ ମୂଳକ ବକ୍ତବ୍ୟ, ପାଠପଢାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ବେଶ୍‌ ଉତ୍ସାହ ଭରିଦେଇଛି ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସହ ପ୍ରତିଷ୍ଠାତା ତଥା ଅର୍ଥନୀତି ଶାସ୍ତ୍ରରେ ପ୍ରବୀଣତା ହାସଲ କରିଥିବା ଅଧ୍ୟାପିକା ଆଭା ପୁଜାରୀଙ୍କ ଦ୍ୱାରା ମହାନଦୀ ଧାରାର କ୍ରମବିକାଶର ବିବରଣୀ ପାଠ କରାଯାଇଥିଲା, ଯାହାକି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଗତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଉଚ୍ଚ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ଭଲ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂସ୍କୃତ ଅଧ୍ୟାପିକା ମୋନାଲିସା ମେହେରଙ୍କ ତତ୍ତ୍ୱାବଧାନରେ ତଥା ପିଲାମାନଙ୍କ ସକ୍ରିୟ ଅଂଶଗ୍ରହଣରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶଟି ଖୁବ୍‌ ମନ ମତାଣିଆ ଓ ରୋମାଞ୍ଚକର ହୋଇ ଉଠିଥିଲା । ଯୁକ୍ତ ତିନି ପ୍ରଥମ ପ୍ରଥମ ବର୍ଷର ଛାତ୍ରୀ ସ୍ୱପ୍ନା ମେହେରଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ମନ ମୋହିଥିବା ବେଳେ ନାରୀ ଶିକ୍ଷାକୁ ଆଧାର କରି ଅଭିନୟ ମାଧ୍ୟମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷୀୟ ଛାତ୍ରୀମାନଙ୍କ ( ସ୍ୱପ୍ନା , ପ୍ରାଚୀ , ନିବେଦିତା , ଶିବାନୀ, ବର୍ଷା, ସୁକାନ୍ତି, ଚାନ୍ଦିନୀ, ଇତି, ମୋତିଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପଟି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ଏତତ୍‌ ବ୍ୟତୀତ ଦୁଇ ଛାତ୍ର ବିବେକ ଓ ରୁଦ୍ର ଉଭୟଙ୍କ ନାଚରେ ସମସ୍ତଙ୍କ ମନ ଝୁମି ଉଠିଥିଲା । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ପୂର୍ଣ୍ଣ ସହଯୋଗ ଏବଂ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ବେଶ୍‌ ମନୋଜ୍ଞ ରୂପେ ସମାପନ ହୋଇଥିଲା । ଶେଷରେ ଇତିହାସ ଅଧ୍ୟାପକ କାମଦେବ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + two =