ଜିଲ୍ଲା ସଂସ୍କୃତି ଭବନଠାରେ କବି ଜୟଦେବ ଜୟନ୍ତୀ ପାଳିତ

0 97

ନବରଙ୍ଗପୁର : ଗୀତ ଗୋବିନ୍ଦ କାବ୍ୟ ରଚନା କରି ପ୍ରସିଦ୍ଧ ଅର୍ଜନ କରିଥିବା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲବ ରାଉତ, ବିଜୟ କୁମାର ଚୌଧୁରୀ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ କବି ଜୟଦେବ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ରାଧାକୃଷ୍ଣଙ୍କ ରାସ ଲୀଳା, ପ୍ରେମ ସମ୍ପର୍କରେ ଅତି ସୁନ୍ଦର ଭାବରେ କାବ୍ୟ ରଚନା କରାଯାଇଥିବା ଗୀତ ଗୋବିନ୍ଦ ଏବଂ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ତାଙ୍କ ବକ୍ତବ୍ୟରେ କବି ଜୟଦେବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କଳା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, କବି ଜେମାମଣି ବିଶୋଇ, ନିରଞ୍ଜନ ମିଶ୍ର, ସଙ୍ଗୀତା ତ୍ରିପାଠୀ, କେଦାରେଶ୍ୱର ପଟ୍ଟନାୟକ, ଟୁଟୁ ପଟ୍ଟନାୟକ, ରାମ ପ୍ରସାଦ ପାତ୍ର, ମନୋଜ କୁମାର ପଟ୍ଟନାୟକ, ପ୍ରଭାସିନି ମହାନ୍ତି, ଉଷା ରାଣୀ, ମନୋରମା ମାଝୀ, ହେମ ଲତା ମାଝୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କାର୍ତ୍ତିକ ଭତ୍ରା ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମଣ୍ଡେଇ ସ୍ମରଣିକାରେ ପ୍ରକାଶିତ ଲେଖାର ସମସ୍ତ ଲେଖକଙ୍କୁ ଏଥିରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 18 =