ଭବାନୀପାଟଣାଠାରେ ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର

0 52

ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ରଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟବକ୍ତା ଭାବରେ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଅଶୋକ କୁମାର ପଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିଭାଷଣ ରଖିଥିଲେ । ଲେଖାପାଳ ଶ୍ରୀ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ । ଆଜିର ପ୍ରତ୍ୟେକ ଯୁବକଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି । ସେହି ଗୁଣ ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱକୁ ନିର୍ବାହ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀ ମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର କୋପ୍ନଶ୍ୱର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟିଏସ ଦୁଲ୍ଲବ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 5 =