କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ

0 76

ଭବାନୀପାଟଣା: ପ୍ରତିବର୍ଷ ପରି ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ କାମନା ଦଣ୍ଡ ନୃତ୍ୟ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହରର ୧୪ ଓ ୧୫ନମ୍ବର ୱାର୍ଡର ବାଘମୁଣ୍ଡା, ମୀନକେତନ ଗଳି, ପୁରୁଣା ପଡ଼ା ସ୍କୁଲ୍‌ ଛକ, ତ୍ରିଲୋଚନ ପ୍ରଧାନ(ହଂସୁରୁ)ଙ୍କ ବାସ ଗୃହ ନିକଟ ଓ ପ୍ରଦେଶପଡ଼ା ଆଦି ଠାରେ ଗତ ପାଞ୍ଚ ଦିନ ଧରି ନିୟମିତ ଭାବେ କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମଦନ ରାମପୁର ଅଞ୍ଚଳର ୧୦ଗୋଟି ଦଳରୁ ତଳ ସାଗରପଡ଼ା ଓ ଶୁଣ୍ଢିପଡ଼ାର ୨ଗୋଟି ଦଳ ଭବାନୀପାଟଣାକୁ ଖାଲି ପାଦରେ ଚାଲି ଚାଲି ଆସି ଏହି ସବୁ ସ୍ଥାନରେ କାମନା ଦଣ୍ଡ ନୃତ୍ୟ ଉତ୍ସବ ପାଳନ କରିଥିଲେ ।

hiring

ପ୍ରତିଦିନ ୧୦.୩୦ରେ ଧୂଳି ଦଣ୍ଡ, ୧୨.୩୦ରେ ଜଳ ଦଣ୍ଡ, ଏବଂ ରାତ୍ର ୧୦.୩୦ରେ ଅଗ୍ନୀ ଦଣ୍ଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା । ଭକ୍ତ ମାନେ ମାଆ କାଳୀ ଓ ପ୍ରଭୁଙ୍କ ଉପାସକ ଅଟନ୍ତି । ଭକ୍ତ ମାନେ ପ୍ରଚଣ୍ଡ ଖରାର ଧୂଳିରେ ଶୟନ କରି ରହୁଥିଲେ । ବିଭିନ୍ନ ସ୍ଥାନରେ ଭକ୍ତ ଏବଂ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଅଗ୍ନି ଦଣ୍ଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ଉଜାଗର ରହି ଦେଖିଥିବା ଜଣାଯାଇଛି । ସ୍କୁଲ୍‌ ଛକ ନିକଟରେ ମୁଖ୍ୟ ଅଶ୍ୱନି ପ୍ରଧାନ, କମ୍ଭୁ ପାଣି ପରିଛା, ଇନ୍ଦ୍ରମଣି ଡାକୁଆ ଏବଂ ତ୍ରିଲୋଚନ ପ୍ରଧାନଙ୍କ ଛକ ନିକଟରେ ବିକାଶ ପ୍ରଧାନ(ବୁଟା), ମନ ଡାକୁଆ , ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ପଡ଼ାର ସମସ୍ତ ଯୁବ ବର୍ଗ ସହଯୋଗ କରିଥିଲେ । ଦଣ୍ଡ ନୃତ୍ୟ ଗୁରୁ ଏବଂ ସହଯୋଗୀ ମାନେ ଅଞ୍ଚଳର ଶୁଭକାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 − 8 =