ଷ୍ଟ୍ରେଚର୍‌ ସାହାଯ୍ୟରେ ଶବକୁ ଟାଣିଟାଣି ୮କିଲୋମିଟର ନେଲେ ପରିବାର ଲୋକେ

0 68

ନୂଆପଡା : ଗୋଟିଏ ପଟେ ନବୀନଙ୍କ ବିକାଶର ସ୍ୱପ୍ନ ଅନ୍ୟପଟେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ । ଦେଶ ବିଦେଶରେ ପତିଆରା ଜାହିର କରିବା ପାଇଁ ରାଜନୈତିକ ବୟାନବାଜି । ହେଲେ ଏ ସବୁ ଭିତରେ ନୂଆପଡ଼ା ଜିଲ୍ଲା କଳା ପଚ୍‌ ପଚ୍‌ ବିଜୁ ଏକ୍ସପ୍ରେସ ରାସ୍ତାରେ ଦେଖିବାକୁ ମିଳିଛି ଏକ ପରିବାରର ଶବ ଶୋଭାଯାତ୍ରା । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ପରି ଏ ଖବର ପଦାରେ ପକାଉଛି ବିକାଶର ଚିତ୍ର ଦେଖାଉଥିବା ସରକାରଙ୍କ ସ୍ୱପ୍ନ ପଛର ସତ । ନୂଆପଡ଼ା ଜିଲ୍ଲା ପାଲଟିଛି ଅଭାବ,ଅନଟନ ଓ ଦାରିଦ୍ର୍ୟର ପ୍ରତିଛବି ଯାହା ଠିକ୍‌ ଅଶୀ ଦଶକରେ ଘଟିଥିଲା ଏବେ ଠିକ୍‌ ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ । ଷ୍ଟ୍ରେଚର୍‌ ସାହାଯ୍ୟରେ ଶବକୁ ୮କିଲୋମିଟର ନେଲେ ପରିବାର ଲୋକେ । ମୃତକ ଜଣକ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ନିଲଜି ଗ୍ରାମପଞ୍ଚାୟତ ଗଡ଼ରାମାଲ ଗ୍ରାମର ଲମ୍ବୋଦର ସାଙ୍କ ପତ୍ନୀ ସରସ୍ୱତୀ ସା (୬୯) ବୋଲି ଜଣାପଡିଛି । ସୂଚନା ମତାବକ ସରସ୍ୱତୀଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସିନାପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଇନଚାର୍ଜ ଶ୍ରୀମାନ ସାହୁ ଛୁଟିରେ ଥିବାବେଳେ ବର୍ତ୍ତମାନ ମୋନାଳି ପ୍ରିୟଦର୍ଶିନୀ ଇନଚାର୍ଜ୍‌ ରେ ଥିଲେ ଓ ହସ୍ପିଟାଲ କର୍ମଚାରୀ ଖେମାରାଜ ଘିଭେଲା, ସିଲୀ କର, ଡ.ନର୍ଗିସ ଯାହାନ ଉପସ୍ଥିତ ଥିଲେ କିନ୍ତୁ ବିପିଏମ୍‌ ରତ୍ନମଣି ଭୋଏ ଉପସ୍ଥିତ ନ ଥିଲେ ଏବଂ କୌଣସି ସିକ୍ୟୁରିଟି ଉପସ୍ଥିତ ନ ଥିଲେ । ପରେ ମୃତକଙ୍କ ପରିବାର ବିପିଏମ୍‌ ଙ୍କୁ ଫୋନ୍‌ କରି କହିବାରୁ ମୁଁ କିଛି ଜାଣିନି ବୋଲି କହିଥିଲେ । ସମସ୍ତ ହସ୍ପିଟାଲ୍‌ କର୍ମଚାରୀ ରହି କେମିତି ଘରକୁ ନେବା ପାଇ କାହା ଅଧିକାରରେ ଅନୁମତି ଦେଲେ ଓ କାହିଁକି ଅବହେଳା କଲେ ଏ ଚିନ୍ତାର ବିଷୟ । ସରସ୍ୱତୀଙ୍କ ମୃତ୍ୟୁ ପ୍ରାୟ ୮ ଟାରେ ହୋଇଥିଲା । ଇନ୍‌ ଚାର୍ଜ ପ୍ରିୟଦର୍ଶିନୀ ମଧ୍ୟ ତାଙ୍କ ଡିଉଟି କରିବା କଥା କିନ୍ତୁ ବାସଭବନରେ ରହିଥିଲେ ।ହସ୍ପିଟାଲ୍‌ କାର୍ଯ୍ୟକର୍ତ୍ତାଙ୍କୁ ପଚାରିବାରୁ ଗାଡ଼ି ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇନଥିଲା । ଫଳରେ ଗାଡ଼ି ନ ମିଳିବାରୁ ନିରାଶୟ ହୋଇ ପରିବାର ଲୋକ ଷ୍ଟ୍ରେଚର ସାହାଯ୍ୟରେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଘରକୁ ନେଉଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ିର ସୁବିଧା ନଥିବାବେଳେ ରୋଗୀ କଲ୍ୟାଣ ସମିତିର କୋଟି କୋଟି ଟଙ୍କା ଯାଉଛି କୁଆଡେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

eighteen − 16 =