ଉଚ୍ଛେଦକୁ ଦୃଢ ବିରୋଧ କଲା ପିକେଆରଟି ଭୂଦାନ ବ୍ୟବସାୟୀ ସଂଘ

0 69

ପୁର: ପୁରୀ ସୁବାଷ ବୋଷ ଛକଠାରୁ ଭୂଦାନ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ବିନା ଥଇଥାନ୍‌ ଏବଂ କ୍ଷତିପୂରଣ ଦିଆନଯାଇ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ଏହାକୁ ଦୃଢ଼ ବିରୋଧ କରିଛି ପିକେଆରଟି ଭୂଦାନ ବ୍ୟବସାୟୀ ସଂଘ । ଏନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଷ୍ଟ୍ରିଟ୍‌ ଭେଣ୍ଡର ଆକ୍ଟ ନିୟମ ଅନୁଯାୟୀ ପ୍ରଥମେ ଉଠା ଦୋକାନୀଙ୍କୁ ଥଇଥାନ ଏବଂ କ୍ଷତିପୂରଣ ପରେ ଉଚ୍ଛେଦ କରାଯିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଜିଲ୍ଲା ପ୍ରଶାସନ ଏହି ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି । ବିନା ଥଇଥାନ ଏବଂ କ୍ଷତିପୂରଣ ଦିଆନଯାଇ ଉଚ୍ଛେଦ କରାଯାଇଥିବା ଯୋଗୁଁ ଅନେକ ଗରିବ ଉଠା ଦୋକାନୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ହାତରେ ରୋଜଗାର ନଥିବାରୁ ଦିନକୁ ଦି ଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ କଠିନ ହୋଇପଡିଛି । ଜିଲ୍ଲା ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ଉଠା ଦୋକାନୀ । ତେଣୁ ତୁରନ୍ତ ଗରିବ ଉଠା ଦୋକାନୀଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ନକଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve − 1 =