ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ତରଫରୁ ୧୨ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

0 185

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଗତ ୧୨ ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଘଟିଥିବା ହିଂସାତ୍ମକ ଆକ୍ରମଣ ଏବଂ ୧୪ ତାରିଖ ଦିନ ହନୁମାନ ମହୋତ୍ସବ ଶୋଭାଯାତ୍ରାରେ ଜଣେ ହିନ୍ଦୁ ଭାଇଙ୍କ ହତ୍ୟାକୁ ନେଇ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିଦିନ ଠାରୁ ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଥିବାବେଳେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଥିଲା । ଏହାକୁ ସମର୍ଥନ ଜଣାଇ ଆଜି ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ର ଆହ୍ୱାନ କ୍ରମେ ଭାରତୀୟ ଜନତା ପାର୍ଟି, ଓ ନୂଆପଡ଼ା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନର କର୍ମକର୍ତ୍ତାମାନେ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଥିଲେ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଥିବାବେଳେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇପଡିଛି । ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ, ବ୍ୟାଙ୍କ, ପୋଷ୍ଟଅଫିସ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା । ଯାନବାହନ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ କୋର୍ଟ ଗୁଡିକ ଖୋଲାଥିବା ଦେଖିବାକୁ ମିଳିଥିଲା । ବଜରଙ୍ଗ ଦଳ ତରଫରୁ ସହରର ବିଭିନ୍ନ ଛକ ମାନଙ୍କରେ ଦୋକାନ ବଜାର ବନ୍ଦ କରିଥିଲେ । ଯାନବାହନ ଚଳାଚଳ ବନ୍ଦ ଥିବାରୁ ଖଡ଼ିଆଳ ବିଜୁ ପଟ୍ଟନାୟକ ଛକ ଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ନୂଆପଡ଼ା ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ମାର୍କଣ୍ଡ ଗହିର, ହିତେଶ କୁମାର ବଗର୍ତ୍ତି, ସୌମ୍ୟରଞ୍ଜନ ସିଂଙ୍କ ସମେତ ସମସ୍ତ କର୍ମକର୍ତ୍ତା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 10 =