ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ୬୦ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଏ.ଏସ.ପି ବାମ ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ସମୟରେ ଗୃହ ରକ୍ଷୀମାନେ ପୋଲିସ ବାହିନୀକୁ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି । ବନ୍ୟା ବାତ୍ୟା ଉଦ୍ଧାର ରିଲିଫ ଯୋଗାଣ, କୋଭିଡ ମହାମାରୀ, ଗାଡି ଘର ପୋଡି ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ, ପ୍ରହରା, ଗାର୍ଡ ଡିୟୁଟି ପ୍ରବୃତ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇଥାନ୍ତି । ଏଥିସହ ସମାଜର ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ସୁରକ୍ଷା ଦେବା ସହ ସଂପ୍ରଦାୟିକ ସଦଭାବ ରକ୍ଷା କରିବା । ଏହାପରେ ମହା ମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଓ ଗୃହ ସଚିବ ରାଜ୍ୟ ଅଗ୍ନିସମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ । ଅନ୍ୟ ପକ୍ଷେ ନିଜ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ଜିଲ୍ଲାର ଶ୍ରେଷ୍ଠ ବିବେଚିତ ହୋଇ ଥିବା ୪ ଜଣ ଗୃହରକ୍ଷୀ ଜଗନ୍ନାଥ ଶତପଥୀ, ରାଜୁ ପାଡାଲ୍, ବିଜୟ ଚନ୍ଦ୍ର ମହାପାତ୍ର, ଗୋପାଳ କୃଷ୍ଣ ପଟ୍ଟନାୟକ, ଡି.ଜୀ.ପି ଡିସ୍କ ଆବାଡ଼ ଅନ୍ତର୍ଗତ ବ୍ରୋଞ୍ଜ ମେଡାଲ ପାଇବା ପାଇଁ ବିବେଚିତ ହୋଇ ଥିବା ଘୋଷଣା କରିଥିଲେ । ସମ୍ବଳିତ ପ୍ୟାରେଡ଼ କାର୍ଯ୍ୟକ୍ରମକୁ ଗୃହରକ୍ଷୀ ବାହିନୀର ରାଜୁ ପାଡାଲ୍ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଏସ୍ଏପି କମଣ୍ଡେଣ୍ଟ ଜୁରିୟା ବେହେରା, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଡି ଏସ ପି ଆର.କେ ଦାସ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଡି ଏସ ପି ଏଲ କେ ଆଚାରି, ଡି ଏସ ପି ପି କେ ବୁରୁଦା, ଆର ଅଇ ହୋମ ଗାର୍ଡ ଏସ କେ ଜେନା, ଆର ଆଇ ଡମ୍ବୁରୁ ଧର ହାନାଗା, ବହୁ ପୋଲିସ କର୍ମଚାରୀଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।