ସାଂସଦଙ୍କ ଦ୍ୱାରା ଖଜୁରୀପଡାରେ ମିଶନଶକ୍ତି କାର୍ଯ୍ୟାଳୟ ଉଦ୍‌ଘାଟିତ

0 105

ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ମିଶନଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠିର ଦୀର୍ଘ ଦିନର ଆଶା ସଫଳ ହୋଇଛି । ଏଠାରେ ମିଶନଶକ୍ତି କାର୍ଯ୍ୟାଳୟ ଗୃହ ନଥିବାରୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ମାନ ତଥା ତାଙ୍କର ପ୍ରଶିକ୍ଷଣ ଶିବିର ମାନ ବାଧାପ୍ରାପ୍ତ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା କିଛିଦିନ ହେବ ଏକ ଉନ୍ନତ ମାନର ମିଶନଶକ୍ତି କାର୍ଯ୍ୟାଳୟ ଗୃହ ନିର୍ମାଣ ଚାଲିଥିଲା । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ ଏହି ମିଶନଶକ୍ତି କାର୍ଯ୍ୟାଳୟକୁ ଉଦଘାଟନ କରି ଏହି ବ୍ଲକରେ ମିଶନଶକ୍ତିକୁ ଅଧିକ ଶକ୍ତିଶାଳୀ ନିଶ୍ଚିତ ହେବ ମୁଁ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେକଲି ବୋଲି ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ଆୟୋଜିତ ସଭାରେ କହିଥିଲେ ।

hiring

ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଗୁରୁତ୍ୱପୂର୍ଣ୍ଣ ଭାବେ ଦୃଷ୍ଟି ଦେଇ ସଫଳ କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱରଞ୍ଜନ ନାଏକ ବିଡ଼ିଓ ଅନୁପମା ଘୋଷ ତଦାରଖ କରିଥିଲେ ସିଡିପିଓ ଗୀତାଞ୍ଜଳି ପଣ୍ଡା ପରିଚାଳନା କରିଥିଲେ । ସମସ୍ତ ସମିତିସଭ୍ୟ ସରପଞ୍ଚ ଓ ସ୍ୱୟଂସହାୟକ ଗୋଷ୍ଠି ଏବଂ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ବର୍ତ୍ତମାନ ଜିଲ୍ଲା ପରିଷଦ ଉର୍ବସି ଦିଗାଲ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 + 5 =