ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା

0 79

ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା । ସୁନା ଦୋକାନରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗ । ଭୁବନେଶ୍ୱର ସହିଦ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କ ଏତଲା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁନା ଦୋକାନାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଛନ୍ତି । ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସହିଦ ନଗର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

hiranchal ad1
Leave A Reply

Your email address will not be published.

1 × three =