ହରଭଙ୍ଗା ବ୍ଲକ୍‌ସ୍ତରୀୟ ସଂସାଧନକର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

0 222

ହରଭଙ୍ଗା :ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ମୁଖ୍ୟ ଅତିଥି ବ୍ଲକ୍‌ ଅଧକ୍ଷା ସ୍ନେହଲତା ପ୍ରଧାନ ଉପସ୍ଥିତ ରହି ମା ଭୈରବୀଙ୍କ ଫଟୋରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବାକୁ ଆହ୍ୱାନ କରିଥିଲେ ଏବଂ କଳାକାରଙ୍କୁ ଦେବଦୂତ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତା କାନ୍ତି ବଳିଆର ସିଂ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ସରକାରଙ୍କ ଆଠଗୋଟି ଯୋଜନା ସମ୍ବନ୍ଧୀୟ କାର୍ଯକ୍ରମର ନିର୍ଦ୍ଧାରଣ ଓ ତଥ୍ୟ ପ୍ରେରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ବ୍ଲକ୍‌ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ହରଭଙ୍ଗା ବ୍ଲକ ମନୋରଞ୍ଜନ ପାତ୍ର ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

hiring

ରାଜ୍ୟ ସଂସାଧନ କର୍ମୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି କଳାକାରମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ରାଜ୍ୟ ସଂସାଧନ କର୍ମୀ ତଥା ବୌଦ୍ଧ ବ୍ଲକ୍‌ କଳା ସଂସ୍କୃତି ସଂଘର ଉପସଭାପତି ସ୍ୱାଧୀନ ପରିଡ଼ା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଲା ସଂସାଧନ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ, ତଥା କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରସ୍ତୁତି ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଲକ୍‌ କଳା ସଂସ୍କୃତି ସଂଘ ଉପସଭାପତି ବାଞ୍ଛାନିଧି ପ୍ରଧାନ ଓ କଣ୍ଟାମାଳ ସଂସାଧନ କର୍ମୀ ରଂଜନ କୁମାର ପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାରମାନଙ୍କୁ ଦିଗ୍‌ ଦର୍ଶନ ଦେଇଥିଲେ । ସମସ୍ତ କାର୍ଯକ୍ରମକୁ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗା ଅବିନାଶ ପ୍ରଧାନ ଓ ସହକାରୀ ସୁନୀଲ କୁମାର ମହାନ୍ତି ସହଯୋଗ କରିଥିଲେ । ମନୋରଞ୍ଜନ ସାହୁ ଓ ସାଥି କଳାକାର ସଙ୍କୀର୍ତ୍ତନ୍ୟ ମାଧ୍ୟମରେ ଓ କରୁଣାକର ବଗର୍ତ୍ତୀ, ସୌମିତ୍ରି ମାଟିଆ ଦାସକାଠିଆ ମାଧ୍ୟମରେ ସଚେତନତା ବାର୍ତ୍ତାର ନମୁନା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକର ଅନେକ କଳାକାର ଭଜନ, ସଙ୍କୀର୍ତ୍ତନ୍ୟ, ସଙ୍ଗୀତ ଆଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତ କଳାକାରଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =