ଅଦ୍ୱିତା କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଅଣ୍ଡା ବଣ୍ଟନର ଶୁଭାରମ୍ଭ କଲେ ସରପଞ୍ଚ

0 63

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତ ବି.ସୀତାପୁରର ଅଙ୍ଗନବାଡି କେନ୍ଦ୍ରରେ ଅଦ୍ୱିତା କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ ବାଳିକା (୧୫ ବର୍ଷରୁ ୧୯ ବର୍ଷ) ବୟସର କିଶୋରୀମାନଙ୍କୁ ସପ୍ତାହକୁ ତିନି ଗୋଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ଅଦ୍ୱିତା କାର୍ଯ୍ୟକ୍ରମକୁ କେରାଣ୍ଡି ସରପଞ୍ଚ ଏରୁସୁ ଦଣ୍ଡପାଣି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବି ସୀତାପୁର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା କହିଥିଲେ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଉନ୍ନତି କରିବା ସକାଶେ ଏହି କାର୍ଯ୍ୟକ୍ରମ କରଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ ବାଳିକାମାନେ ଉପସ୍ଥିତ ରହି ଅଣ୍ଡା ସରକାରଙ୍କ ଯୋଜନା ବିଷୟରେ ଜାଣିବା ସହ ଅଙ୍ଗନବାଡି କେନ୍ଦ୍ରରୁ ଅଣ୍ଡା ପାଇଥିଲେ । ଏହି କାର୍ଯ୍ୟକ୍ରମରେ ମିନି ଅଙ୍ଗନବାଡି କର୍ମୀ କେ. ବିଜୟ ଲକ୍ଷ୍ମୀ, ଆଶା ଏନ. ତ୍ରିବେଣୀ, ହେଲ୍ପର ପଦ୍ମାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସରକାରଙ୍କର ଏହିଭଳି ଯୋଜନାକୁ ଗ୍ରାମବାସୀ ଭୂୟସ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten − 1 =