ଭୁଶୁଡି ପଡିଲା ନିର୍ମାଣାଧୀନ ସୁଡଙ୍ଗ : ୧୦ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

0 50

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ଆଜି ବଡ଼ ଧରଣର ଅଘଟଣ ଘଟିଛି । ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଅତିକମରେ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମାକେରକୋଟ ସ୍ଥିତ ଖୋନି ନାଲାରେ ଏହି ଅଘଟଣ ଘଟିଚି । ମାଟି ଅତଡା ତଳୁ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି । ସେ କହିଛନ୍ତି,ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ରାମବନ ଓ ରାମସୁ ଜାତୀୟ ରାଜପଥ ମଧ୍ୟରେ ତିଆରି ଚାଲିଥିବା ଗୋଟିଏ ନିର୍ମାଣଧୀନ ସୁଡଙ୍ଗ ଭୁଶୁଡିବା ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମୁଁ ନିୟମିତ ଭାବେ ଜିଲ୍ଲାପାଳ ମୁସରତ ଇସଲାମଙ୍କ ସହ ଯୋଗାଯୋଗରେ ରହିଛି । ପ୍ରାୟ ୧୦ ଜଣ ଶ୍ରିମକ ଏବେ ମାଟି ତଳେ ଫସି ରହିଛନ୍ତି । ଅନ୍ୟ ୨ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ରାତିରେ ଖୋନି ନାଲାରେ ଥିବା ସୁଡଙ୍ଗର ସମ୍ମୁଖ ଭାଗର କିଛି ଅଂଶର ଅଡିଟ ଚାଲିଥିବା ବେଳେ ଏହା ଭୁଶୁଡି ପଡିଥିଲା । ଏହାପରେ ସେନା ଓ ପୁଲିସ୍‌ ତରଫରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

four × 5 =