ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

0 61

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଖ ଉପରେ ପକା ଯାଇଥିବା ଦଣ୍ଡାରେ କମାର ସେବକ କଣ୍ଟା ବାଡଉଛନ୍ତି । ପରମ୍ପରା ଅନୁଯାୟୀ ତିନିରଥ ମୁଖ୍ୟ କମାର ଦଣ୍ଡାରେ ମାଳ ମହାପ୍ରସାଦ ଲାଗି କରିବା ସହ ନଡିଆ ବାଡେଇ କଣ୍ଟା ବାଡିଆ ଅନୁକୂଳ କରିଛନ୍ତି । ତାଳଧ୍ୱଜ ରଥ ଦଣ୍ଡାରେ ୭୭, ନନ୍ଦିଘୋଷ ଦଣ୍ଡାରେ ୮୮ ଏବଂ ଦେବଦଳନ ରଥ ଦଣ୍ଡାରେ ୫୮ କଣ୍ଟା ବାଡାଯିବ । ଏହାକୁ ଦଣ୍ଡାକଣ୍ଟା କୁହାଯାଏ । ଆଗ ଓ ପଛରେ ମୁହାଣ୍ଟ ସଂଯୋଗ କରାଯାଇଛି । ସେଥିରେ ସାଲଗୁଜ, ଜଳଯନ୍ତ୍ର ଏବଂ ନିରାଡି ଲଗାଯାଇଛି ।

hiring

ରଥଉପରେ ଗରଗରା ଉଠାଯାଇଛି । ସେଥିରେ ଖୋଦେଇ କରାଯିବା ସହ କଣ୍ଟା ବାଡିଆ ଯିବ । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର ୨୯ଟି ଗରଗରା ଚଉପଟ କରାଯାଇଛି । ରୂପକାର ସେବକ ତିନିରଥ ସିଂହାସନରେ କୁମ୍ଭ, ଡାଳି, ଲତା ଓ ପଦ୍ମ ପାଖୁଡା ସମେତ ନାଟଗୋଡରେ ଗନ୍ଧର୍ବ ରୂପ ଖୋଦେଇ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =