ସୁବର୍ଣ୍ଣପୁର ସହରକୁ ପ୍ରବେଶ କଲେ ଜଙ୍ଗଲି ବାରହା

0 181

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଜଙ୍ଗଲ ପାର୍ଶ୍ୱବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାରହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାରହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାୟୀୟ ଫସଲ ସବୁକୁ ଖାଇବା ସହ ଦଳାଚକଟାରେ ନଷ୍ଟ କରୁଥିବାର ଦେଖାଯାଉଛି । ଏପରିକି କେତେକ ସମୟରେ ଖାଦ୍ୟ ଓ ପାଣି ଅନ୍ୱେଷଣ ଲକ୍ଷ୍ୟରେ ବହୁ ସଂଖ୍ୟାରେ ଆସିଥିବା ବାରହା ଦଳ ଦିନବେଳା ବି ଅଂଚଳରେ ଉତ୍ପାତ କରୁଛନ୍ତି । ଅର୍ଜୁନପୁର ଜଂଗଲ ସନ୍ନିକଟସ୍ଥ ପ୍ରତାପପୁର, ଜାମପାଲି, କୁଲିପାଲି, ଲକର୍ମା, ପିପିଲିପାଲି, ଗତରକେଲା ଆଦି ପାଖ ଗାଁଗୁଡିକରେ କିଛିଦିନ ହେବ ବାରହାଙ୍କ ଉପଦ୍ରବ ଲାଗି ରହିଥିବାବେଳେ ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା ଅର୍ଜୁନପୁର ସଂରକ୍ଷିତ ଜଂଗଲରୁ ୪-୫ ଟି ଦଳରେ ବାରହା ଆସି ସହର ମଧ୍ୟକୁ ମଧ୍ୟ ପ୍ରବେଶ କରିଛନ୍ତି । ଗତ ୨ଦିନ ଧରି ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା କିଛି ବସ୍ତି, ଛିନଛାନ୍‌ ଡୁଂଗୁରୀ ଓ ଧୋବା ବାହାଲିକୁ ବାରହାମାନେ ଆସି ଲୋକଙ୍କ ଚାଷବାସ ନଷ୍ଟ କରିଥିବାର ଅଭିଯୋଗ ହେଉଛି । ତେବେ ଲୋକଙ୍କ ଅଭିଯୋଗ ସତ୍ତେ୍ୱ ବନ ବିଭାଗ ଏହି ବନ୍ୟଜନ୍ତୁଙ୍କୁ ଘଉଡାଇବାର କୌଣସି ଉଦ୍ୟମ କରୁନଥିବାରୁ ଏବେ ପରିସ୍ଥିତି ଦୁର୍ବିସହ ହୋଇପଡିଛି ।

hiranchal ad1
Leave A Reply

Your email address will not be published.

nineteen − sixteen =