ଗୋଷ୍ଠୀସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

0 127

ବୌଦ୍ଧ: ଜେଡି ବିଦ୍ୟାଳୟ ବୌଦ୍ଧ ଠାରେ ରାଷ୍ଟ୍ରୀୟ ପ୍ରଶମନ ଦଳ ମୁଣ୍ଡଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ ଶିକ୍ଷାଧିକାରୀ ଧୃବଚରଣ ଘିବେଲା ସଭାପତିତ୍ୱ କରିଥିଲେ । ଏନ୍‌ଡିଆରଏଫ ଇନ୍ସପେକ୍ଟର ବିଶ୍ୱନାଥ ଚୌଧୁରୀ ଓ ସବ୍‌ଇନ୍ସିପେକ୍ଟର ଶ୍ରୀମାନ ପ୍ରସାଦଙ୍କ ସହ ଅନ୍ୟ ୭ଜଣ ସୁରକ୍ଷା ବଳ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ କୌଶଳ ଉପରେ ଆଲୋଚନା କରିଥିଳେ । ମୁଖ୍ୟତଃ ବତ୍ୟା, ବନ୍ୟା ଓ ଭୂମିକମ୍ପ ସମୟରେ ଜନଜୀବନକୁ କିପରି ଭାବେ ବଞ୍ଚାଇପାରିବା ତାହାର ରଣ କୌଶଳ ପ୍ରଦର୍ଶନ କରିଥିଲେ ।

hiring

ତତ୍‌ସହ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା କିପରି କରାଯାଇ ପାରିବ ଓ ବିଭିନ୍ନ ପ୍ରକାର ଦୁର୍ଘଟଣା ସ୍ଥଳରୁ ସେମାନଙ୍କୁ କିପରି ବଞ୍ଚାଇପାରିବ ତା’ର କୌଶଳକୁ ଅଙ୍ଗଭଙ୍ଗୀ ମାଧ୍ୟମାରେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଅପ୍ରେଲ ୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନିକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ତଥା ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପରାମର୍ଶ କ୍ରମେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦିଲ୍ଲୀପଙ୍କ ଦ୍ୱାରା ପରିଚାଳନା କରାଯାଉଛି ।

hiranchal ad1
Leave A Reply

Your email address will not be published.

18 + six =