ପାଟଣାଗଡ଼ : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ, କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ସୁମିତ ପ୍ରତିଦିନ ମଦ ପିଉଥିଲେ । ଏହାକୁ ନେଇ ଗ୍ରାମବାସୀ ମଦ ମୃତ୍ୟୁ ଆଶଙ୍କା କରୁଛନ୍ତି । ମୃତ ଶବକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଦିଆଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ମଦ ମୃତ୍ୟୁ ନା ଅନ୍ୟ କାରଣ ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।