ଚାଷୀଙ୍କୁ ପ୍ରତାରଣା ; ଗଭୀର ନଳକୂପ ଯୋଗାଇବାରେ ଟାଲଟୁଲ ନୀତି

0 187

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତର ବାଘୁଆପଶି ଗ୍ରାମର ବିରେଶ୍‌ କୁମାର ବେହେରା, ଦାଶରଥି ପ୍ରଧାନ, କୈଳାସ ବେହେରା, ଅକ୍ରୁର ବେହେରା, ଗୋବର୍ଦ୍ଧନ ପ୍ରଧାନ ଓ ଦିଲ୍ଲୀପ ବେହେରା ଆଜକୁ ଛଅ ବର୍ଷତଳେ ଏକ ଚାଷୀ ଗୋଷ୍ଠୀ ଗଠନ କରିିଲେ । ଉଠା ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପ୍ରତି ଚାଷୀ ପିଛା କୋଡିଏ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରି ୟୁନିଅନ ବ୍ୟାଙ୍କରେ ଡିପୋଜିଟି କରିଥିଲେ ମଧ୍ୟ ଆଜକୁ ଛଅ ବର୍ଷଧରି ଉଠାଜଳସେଚନ ପ୍ରକଳ୍ପ ଅଫିସ ଦଉଡି ଦଉଡ଼ି ନିରାଶ ହୋଇ ରହିଲେଣି । ସହକାରୀ ଯନ୍ତ୍ରୀ ଖାଲି ପ୍ରତିଶ୍ରୁତି ଦେଉଛନ୍ତି ଯେ ଏହି ବର୍ଷ ନିଶ୍ଚୟ କରିଦେବା, ଅଳ୍ପଦିନ ଭିତରେ ହୋଇଯିବ । ତେବେ ଏଠି ପ୍ରଶ୍ନ ଉଠୁଛି, ସରକାର ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ସରକାରୀ ବାବୁଙ୍କ ମନମାନୀ ଯୋଗୁଁ ଆଜକୁ ୬ବର୍ଷ ହେଲା ଚାଷୀମାନେ ନୟାଗଡ଼ ଉଠାଜଳସେଚନ ପ୍ରକଳ୍ପ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇ କର୍ମ ଆଦରି ପଡିରହିଥିବାବେଳେ ସେମାନଙ୍କ ଦୁଃଖ ବୁଝିବ କିଏ ? ତେଣୁ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନ କଲେ ସେମାନେ, ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =