ସହରରେ ନିୟମିତ ଖାଦ୍ୟର ମାନ ଯାଞ୍ଚ ହେଉ ନଥିବା ଅଭିଯୋଗ

0 67

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟା ହେଲେ ରାସ୍ତା କଡରେ ବିଭିନ୍ନ ଉଠା ଦୋକାନରେ ଭାଜି ଦୋକାନ, ଫାଷ୍ଟ ଫୁଡ଼ ଦୋକାନ, ଟିଫିନ ଦୋକାନରେ ନିଜର ପସରା ଖୋଲା ଯାଇଥାଏ । ସନ୍ଧ୍ୟା ହେଲେ ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟଲ ଗୁଡିକରେ ଭିଡ଼ ଜମି ଥାଏ । କିନ୍ତୁ ସେହି ଖାଦ୍ୟର ମାନ ଯାଞ୍ଚ କରାଯାଉ ନାହିଁ ଷ୍ଟଲ ଗୁଡିକରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଖାଦ୍ୟର ମାନ ସାଙ୍ଗକୁ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା ନଥାଏ । ଖାଦ୍ୟ ନିରୀକ୍ଷକ ନିୟମିତ ଯାଞ୍ଚ କରିଲେ ଜନ ସାଧାରଣ ଉପକୃତ ହୋଇପାରିଥାନ୍ତେ ବୋଲି ଆଶା କରାଯାଉଛି । ସେହିପରି ଟିଫିନ ଦୋକାନ, ଫାଷ୍ଟ ଫୁଡ଼ ଦୋକାନ, ହୋଟେଲ ଗୁଡିକ ଯାଞ୍ଚ କରାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଲେ ଜନ ସାଧାରଣ ଉପକୃତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

20 + four =