ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

0 76

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଦୁଇଗୋଟି ବିଦ୍ୟାଳୟରେ ୧୧୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ର ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲ୍ୟ ବିବାହ ସଚେତନତା କରିବା ପାଇଁ ଶିଶୁଙ୍କ ମଧ୍ୟରେ ବିତର୍କ, ରଚନା ଓ କୁଇଜ୍‌ ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍‌ସହିତ ସେମାନଙ୍କୁ ବାଲ୍ୟବିବାହ ଆଇନ – ୨୦୦୬ ବିଷୟରେ, ଅଦ୍ୱିକା କାର୍ଯ୍ୟକ୍ରମ ଉପରେ ଅବଗତ କରିବା ସହ ବାଲ୍ୟ ବିବାହ ଦ୍ୱାରା ଶିଶୁଙ୍କର ଅସୁବିଧା ବିଷୟରେ ଅବଗତ କରା ଯାଇଥିଲା । ବାଲ୍ୟ ବିବାହ ଦ୍ୱାରା ଶିଶୁର ଅଧିକାର କ୍ଷୁର୍ଣ୍ଣ ସହ ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନାର ଶିକାର ହୋଇଥଏ, ନିଜେ ନିଷ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡର ବିଡିଓ ରାଜ ରଞ୍ଜିତ ପ୍ରତାପ ବଳ, ସିଡିପିଓ ତଥା ସିଏମ୍‌ପିଓ ଶ୍ରୀମତୀ ତେର୍ରସ୍କୋବା ମଲ୍ଲିକ, ଶିଶୁ କଲ୍ୟାଣ ସମିତି ଗଜପତିର ସଭ୍ୟ ହିରଣ୍ୟ ରୋଇ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟ ପ୍ରକାଶ ବାଡ଼ତୀୟା, ପ୍ରଧାନ ଶିକ୍ଷକ ଓ ଆକ୍ସନଆଡ୍ଡର ବିଜୟ ପ୍ରଧାନ, ଝରଣା କୁମ୍ଭ ଓ ଇନ୍ଦୁମତୀ ଦେବୀ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seven + 18 =