ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ଏଜୁକେସନ ପରିସରରେ ରଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ସଭ୍ୟତା ଯେତେ ପ୍ରଗତି ପଥରେ ଅଗ୍ରସର ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି ବକ୍ତା ମାନେ କହିଥିଲେ ।ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼,ମୁଖ୍ୟ ବକ୍ତା ସସ୍ମିତା ମହାପାତ୍ର, ସମ୍ମାନୀତ ବକ୍ତା ବିନୋଦ ଚନ୍ଦ୍ର ଜେନା,ଅନ୍ୟତମ ସ୍ୱତନ୍ତ୍ର ଅତିଥି ୟୁ ଟେକ କମ୍ପ୍ୟୁଟର ଏଜୁକେସନ ମୁଖ୍ୟ ଲୋକନାଥ ମିଶ୍ର ଯୋଗ ଦେଇଥିଲେ ।ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ ।ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପଦେଷ୍ଟା ତଥା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।ଏହି ଅବସରରେ ଓଡ଼ିଆ ତର୍କ ଆରିସା,କାକରା ପ୍ରସ୍ତୁତି ପୁଚି,ହୁଳହୁଳି ପ୍ରତିଯୋଗିତା କରାଯାଇ ଆକର୍ଷଣୀୟ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ଶେଷରେ ରଜ ନୃତ୍ୟ ପରିବେଷଣ କରାଯାଇଥିଲା । ସତ୍ୟ ପାଢ଼ୀ, ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ମୋହିନୀ ପ୍ରଧାନ, ସତ୍ୟ କାର୍ଜି ପ୍ରମୁଖ ପରିଚାଳନା କରିଥିବା ବେଳେ ସୁନିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।