ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

0 200

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ପରିଚାଳନା କମିଟି ଦ୍ୱାରା ସ୍ୱଳ୍ପ ବେତନରେ ଜୀବନ ପ୍ରତି ପୋଷଣ କରୁଛନ୍ତି । ଏହି ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ଏଭଳି କର୍ମଚାରୀ ମାନଙ୍କୁ ଅନୁଦାନ ଦେବା ପାଇଁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଇ ନାହାନ୍ତି । ସେମାନେ ସରକାରଙ୍କ ସମସ୍ତ ପ୍ରକାରର କାର୍ଯ୍ୟ ଯଥା ନାମ ଲେଖା ପ୍ରକ୍ରିୟା, ପରୀକ୍ଷା ପରିଚାଳନା, ପରୀକ୍ଷା ଖାତା ମୂଲ୍ୟାୟନ, ନିୟମିତ ଶିକ୍ଷାଦାନ, ନିର୍ବାଚନ କାର୍ଯ୍ୟ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯଦି ସରକାର ଆଗାମୀ ଦିନରେ କୌଣସି ପଦକ୍ଷେପ ନନିଅନ୍ତି ତାହାହେଲେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏହି ବୈଠକରେ ସଂଘର ସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ, ଉପ ସଭାପତି ଅଧ୍ୟାପକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଅଧ୍ୟାପକ ଶିବରାମ ବେହେରା, ଅଧ୍ୟପିକା ଗୀତାଞ୍ଜଳି ଗନ୍ତାୟତ,ଉପଦେଷ୍ଟା ଅଧ୍ୟାପକ ଅକ୍ଷୟ ଦଳବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen + sixteen =