୮ମ ଜାତୀୟ ଫୁଟଭଲି ଫେଡରେସନ କପ୍‌ -୨୦୨୨, ଓଡ଼ିଶା ଚମ୍ପିୟାନ୍‌

0 44

ଘୁ ଉଦୟଗିରି: ଫୁଟଭଲି ଫେଡରେସନ୍‌ ଅଫ୍‌ ଇଣ୍ଡିଆ, ନୂଆଦିଲ୍ଲୀ ଆନୁକୁଲ୍ୟରେ ଏବଂ କେରଳ ଫୁଟଭଲି ଆସୋସିଏସ ଦ୍ୱାରା କୁଚିକୋଡି ଠାରେ ଆୟୋଜିତ ୮ମ ଜାତିୟ ଡବଲସ୍‌ ପୁରୁଷ ଫୁଟଭଲି ଫେଡରେସନ୍‌ କପ୍‌ -୨୦୨୨ ର ଫାଇନାଲ ମ୍ୟାଚରେ କେରଳ ରାଜ୍ୟ ଦଳକୁ ୨-୦ ସେଟରେ ପରାସ୍ତ କରି ଓଡ଼ିଶା ଦଳ ଚମ୍ପିୟନ ହୋଇ ରାଜ୍ୟକୁ ଗୈାରବ ଆଣିଛନ୍ତି । ଓଡ଼ିଶା ଫୁଟଭଲି ଆସୋସିଏସନ୍‌ ଦ୍ୱାରା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜିନ କରି ଦକ୍ଷ ଏବଂ ପ୍ରତିଭା ସଂପନ୍ନ ଖେଳାଳିମାନଙ୍କୁ ଚୟନ କରାଯାଇ ସେମାନଙ୍କର ପ୍ରଶିକ୍ଷଣ ଶିବିର ଆୟୋଜନ କରି ଢେଙ୍କାନାଳ ଜିଲ୍ଲାର ମନୋଜ କୁମାର ସେଠୀ ଏବଂ କନ୍ଧମାଳ ଜିଲ୍ଲାର ପପୁନା ସାହୁଙ୍କୁ ଚୟନ କରି ରାଜ୍ୟର ଶ୍ରେଷ୍ଠ ଡବଲସ୍‌ ଫୁଟଭଲି ଜୋଡି ଭାବେ ବିବେଚିତ କରାଯାଇଥିଲା ଏବଂ ସହଯୋଗୀ ଖେଳାଳି ଭାବେ ଢେଙ୍କାନାଳର ସର୍ବେଶ୍ୱର ସେଠୀଙ୍କୁ ଚୟନ କରି ପ୍ରତିଯୋଗିତାରେ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବା ପାଇଁ କନ୍ଧମାଳ ଜିଲ୍ଲାର କ୍ରୀଡା ସଂଗଠକ ତଥା ଓଡ଼ିଶା ରାଜ୍ୟ ଫୁଟଭଲି ଆସୋସିଏସନ୍‌ର ଉପସଭାପତି ମହମ୍ମଦ ଜିଆଉଦ୍ଦିନ୍‌ ଅହମ୍ମଦ୍‌ଙ୍କ ତତ୍ୱାବଧାନରେ ପ୍ରେରଣ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଭାରତର ୧୮ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ରାଜ୍ୟର ଦଳ ଭାଗ ନେଇଥିଲେ । ଓଡ଼ିଶା ଜୋଡି ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ତାମିଲନାଡୁ ରାଜ୍ୟ ଫୁଟଭଲି ଜୋଡିକୁ ପରାସ୍ତ କରି ସେମିଫାଇନାଲରେ ଉତ୍ତରାଖଣ୍ଡକୁ ପରାସ୍ତ କରି ଆୟୋଜକ କେରଳ ରାଜ୍ୟ ଜୋଡି ସହ ଖେଳି ୧୧-୫ ଏବଂ ୧୧-୪ ସ୍କୋର ବ୍ୟବଧାନରେ ୨-୦ ସେଟରେ ଫାଇନାଲ ମ୍ୟାଚରେ ଅତି ଚିତ୍ତାକର୍ଷକ ଏବଂ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ପରାସ୍ତ କରି ଚଳିତ ବର୍ଷର ସର୍ବଭାରତୀୟସ୍ତରିୟ ଫୁଟଭଲି ଫେଡରେସନ୍‌ କପ୍‌କୁ ରାଜ୍ୟ ନାମରେ ନାମିତ କରିଛନ୍ତି । ଏଠାରେ କହିବାକୁ ଚାହୁ୍‌ଁ ଏହି ଖେଳ ସମୁଦ୍ର ବେଳାଭୂମି କୂଳରେ ବାଲି ପଡିଆ ଉପରେ ଭଲିବଲ ନେଟ ଏବଂ ଭଲିବଲ ପଡିଆ ସୀମା ମଧ୍ୟରେ ଫୁଟବଲରେ ଗୋଡ଼,ମୁଣ୍ଡ ,ଛାତି ଦ୍ୱାରା ଖେଳା ଯାଏ କେବଳ ହାତ ଛଡ଼ା । ସମସ୍ତ ଅନୁକୂଳ ବାତାବରଣ, ପରିବେଶ , ସୁବିଧା ଏବଂ ଦକ୍ଷତା ସଂପନ୍ନ ଆନ୍ତର୍ଜାତିକ ଖେଳାଳି ଏବଂ ପ୍ରଶିକ୍ଷିତ ଜୋଡିକୁ ଜଂଗଲ, ବଣପାହାଡ ଘେରା , ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଏବଂ ବହୁ ଦୂରରେ ତଥା ବିପରିତ ପରିବେଶ , ବାତାବରଣ ଏବଂ ଆର୍ଥିକ ଅନଟନ ମଧ୍ୟରେ ବସବାସ କରୁଥିବା ଯୁବ ଖେଳାଳିମାନେ ନିଜର ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ପାଇଁ ଯେଉଁ ଗୈାରବ ଆଣିଛନ୍ତି ସେଥିପାଇଁ ରାଜ୍ୟ ଫୁଟଭଲି ଆସୋସିଏସନ୍‌ ର ସଭାପତି ତଥା ହାଇକୋର୍ଟ ଆଇନଜୀବି ଦିଲିପ କୁମାର ନାୟକ, ସଂପାଦକ ପ୍ରଶ୍ନ କୁମାର ରାଉତ, ରାଜ୍ୟର ବରିଷ୍ଠ ଏବଂ ବିଶିଷ୍ଟ ସଂଗଠକ ସହଦେବ ରାଉତ, ରାଜ୍ୟ ଫୁଟବଲ ଟେନିସ ଆସୋସିଏସନ୍‌ର ସଂପାଦକ ପ୍ରଦିପ ରାଉତ, ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି ପ୍ରଧାନ, ସାମ୍ବାଦିକ ଅରୂପ କୁମାର ଜେନା, ନାରାୟଣ ସାହୁ , କନ୍ଧମାଳ ଜିଲ୍ଲା ଫୁଟଭଲି ଆସୋସିଏସନ୍‌ର କର୍ମର୍କତ୍ତା, ଅଶୋକ କୁମାର ପଟ୍ଟନାୟକ, ଚର୍ତ୍ତୁଭୂଜ ସାହୁ , ସୁନୀଲ କୁମାର ନାୟକ, ସଂଜୟ କୁମାର ସାହୁ, ରେଣୁବାଳା ପ୍ରଧାନ, ସଂଜିତ କୁମାର ପ୍ରଧାନ, ଗୁଟିଂଗିଆ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଏବଂ ପୂର୍ବତନ ସରପଞ୍ଚ ହୃଦୟ ପ୍ରଧାନ, ଲଳିତ ପ୍ରଧାନ, କନ୍ଧମାଳ ଜିଲ୍ଲାର କ୍ରୀଡାପ୍ରେମୀ ତଥା ଖେଳାଳି ଖୁସି ଜାହିରି କରି ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତୋରତର ଶୁଭକାମନା ମଣିଛନ୍ତି ।

hiranchal ad1
Leave A Reply

Your email address will not be published.

seven + 6 =