ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0 297

ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ ସହଯୋଗରେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲା ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶାସ ମେଗାଜିନ, ଚଷମା ଆଦି ଜିନିଷ ପତ୍ର ମାନ ଥିବା ଏସପି ଅଗ୍ରୱାଲ କହିଛନ୍ତି । ସେଠାରେ କେ. କେ ବିଏନ ଡ଼ିଭିଜନ ମାଓବାଦୀମାନେ କ୍ୟାମ୍ପ କରିଥିବାର ସୂଚନା ଦେଇଥିଲେ ଏସପି । ସେହିପରି ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ବାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଥିଲା । ସରକାରଙ୍କ ଲୋଭନୀୟ ପ୍ୟାକେଜ ପ୍ରତି ଆକର୍ଷିତ ହେଇ ଦିନକୁଦିନ ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି । ଏଥି ସହିତ ସିଆରପିଏଫ ବାଟାଲିଆନଙ୍କ ଦ୍ୱାରା ମଧ୍ୟ ମାଓବାଦୀ ପ୍ରବଣ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ଯଥା ସୋଲାର ଲାଇଟ, ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରାଯାଇ ସେମାନେ ଯେପରି ମାଓବାଦୀଙ୍କ ପ୍ରଲୋଭନରେ ପ୍ରଭାବିତ ନହେବେ ସେଥିପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ପ୍ରଚାର ପ୍ରସାର କରାଯାଉଛି ।

hiring
hiranchal ad1
Leave A Reply

Your email address will not be published.

ten + fifteen =