ସିମୁଳିଆ: ବାଇକକୁ ପଛପଟୁ ଧକ୍କା ଦେଲା କାର, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ l ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ଜାମୁଝାଡି ନିକଟରେ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ଗାଡି ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷେ ପଶ୍ଚିମବଙ୍ଗ ଉତ୍ତର ହାୱରା଼ ବିଧାନସଭା କ୍ଷେତ୍ର ବିଧାୟକ ଗୌତମ ଚୌଧୁରୀ ଓ ତାଙ୍କ ପରିବାର ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ବିଧାୟକ ଶ୍ରୀ ଚୌଧୁରୀ ତାଙ୍କ ସାନଭାଇ ଅପୂର୍ବ ସିହ୍ନlଙ୍କ କାର ନେଇ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ କରି ଫେରିଲା ବେଳେ ଦୁର୍ଘଟଣା ସ୍କୁଟି ସହିତ ଘଟିଥିଲା l ପୋଲିସ ବିଧାୟକଙ୍କ ଡ୍ରାଇଭର ଅମିୟ ସିଂ ରାୟକୁ ଅଟକ ରଖି ତଦନ୍ତ କରୁଛି l ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘର ସୋର ବ୍ଲକ ସାଜନପୁର ଗ୍ରାମର ରାଧାକାନ୍ତ ଲେଙ୍କା, ବାସୁଦେବପୁର ବିନାୟକପୁର ଉଚ୍ଚ ବିଦ୍ୟାଳୟର ପିଅନ ଭାବେ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ଜାମୁଝାଡ଼ି ନିକଟରେ ଦୁର୍ଘଟଣାର ତାଙ୍କର ମୃତ୍ୟୁ ଘଟିଛି l
