ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

0 142

ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି ମିଶ୍ର ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାକୁ ଯାଉଛି । ଏ ନେଇ ଥାନାରେ ମଧ୍ୟ ମାମଲା ହୋଇଛି । ଆଜି ଖାରବେଳନଗର ପୁଲିସ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚି ତାଙ୍କୁ ଘଣ୍ଟାଏ କାଳ ଜେରା କରିଥିବା ଜଣାପଡିଛି । ଏ ସଂପର୍କରେ ଖାରବେଳନଗର ଆଇଆଇଏସି ଅରୁଣ ସ୍ୱାଇଁ କହିଛନ୍ତି । ସେ କହିଛନ୍ତି ପ୍ରକୃତି ମିଶ୍ର ତଦନ୍ତ ବେଳେ ପୁଲିସକୁ ସହଯୋଗ କରୁଛନ୍ତି । ପ୍ରକୃତିଙ୍କ ଅଭିଭାବକ ଉପସ୍ଥିତିରେ ମହିଳା ପୁଲିସମାନେ ତାଙ୍କୁ ଘଣ୍ଟାଏ କାଳ ଜେରା କରିଛନ୍ତି ।
ପ୍ରକୃତି ମିଶ୍ରଙ୍କ ଜେରା ପରେ ତାଙ୍କ ମନ୍ମଥ ମିଶ୍ର କହିଛନ୍ତି ଯେ, ମୁଁ ଏତଲା ଦେଇଥିଲି ମତେ ପଚରା ଯାଇଥିଲେ । ଆଜି ପ୍ରକୃତି ମିଶ୍ରଙ୍କୁ ପୁଲିସ ଜେରା କରିଛି । ଥାନାରେ ଏତଲା ଦେଉଛି, କାର୍ଯ୍ୟାନୁଷ୍ଠାନ ଆଶା କରୁଛୁ ବୋଲି ସେ କହିଛନ୍ତି । ସେହିପରି ବାବୁସାନଙ୍କ ସଂପର୍କରେ ସେ କହିଛନ୍ତି ସେ ତାଙ୍କ ପରିବାରକୁ ଫେରି ଆସି ସୁଖର ସଂସାର କରନ୍ତୁ ।

hiranchal ad1
Leave A Reply

Your email address will not be published.

8 + 14 =