ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

0 72

ସୁବର୍ଣ୍ଣପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ୱଚ୍ଛ ଭାରତ ସଂଗଠନ (ସୋନପୁର-ମନମୁଣ୍ଡା )ର ବରିଷ୍ଠ ସଦସ୍ୟ ଅଲିମୁଲ ଇସଲାମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡା. ରମେଶ ଚନ୍ଦ୍ର ସ୍ୱାଇଁ,ଡିପିଏଚଓ ତଥା ଏଡିପିଏଚଓ (ଏଫ ଡବ୍ଲୁ ), ଡା.ପଦ୍ମହଂସା ଦୋରା,ଏଡିପିଏଚଓ (ଟିବି /ଲେପ୍ରା ), ଡା. ପ୍ରକାଶ ଦଣ୍ଡସେନା- ମେଡିକାଲ ଅଫିସର ପିପିସି, ଡା.ସଂଜୀବ କୁମାର କର-ଡିପିଏମ ଡିବିସିଏସ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ଅତିଥିମାନେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨ ବର୍ଷର ଶୀର୍ଷକ “ଆମର ବିଶ୍ୱ ଆମର ସ୍ୱାସ୍ଥ୍ୟ ” ଉପରେ ଗୁରୁତ୍ୱାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ୱକୁ କିପରି ସୁସ୍ଥ ରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ପଞ୍ଚଭୁତକୁ କିପରି ସୁସ୍ଥ ରଖି ପାରିବା ସେ ଉପରେ ଗୁରୁତ୍ୱାରୋପ କରିବା ସହିତ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତ ବ୍ୟକ୍ତ କରିଥିଲେ । ବୈଠକରେ ଉପସ୍ଥିତ ରକ୍ତଦାତା ଶ୍ରୀ ମନୋଜ କୁମାର୍‌ ପଣ୍ଡା,( ୩୭ ଥର ), ଶ୍ରୀ ବୃନ୍ଦାବନ ରଥ-ସମାଜସେବୀ ଓ ମନୋରଞ୍ଜନ ତ୍ରିପାଠୀ ସାମ୍ବାଦିକ ତଥା ଦିବସ ପରିପ୍ରେକ୍ଷୀରେ ନିଜ ନିଜର ଅନୁଭୁତିର ଆଲୋକପାତ କରିଥିଲେ । ସଭାର ସଭାପତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତି ତାଙ୍କର ବକ୍ତବ୍ୟରେ କହିଲେ ଯେ ଗୋଟିଏ ସୁସ୍ଥ ବିଶ୍ୱ ପାଇଁ ବ୍ୟକ୍ତି ଠାରୁ ହିଁ ଅଭ୍ୟାସ ଆରମ୍ଭ କରିବାକୁ ପଡିବ, ତେଣୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜେ ନିଜକୁ ପ୍ରତିଟି କ୍ଷେତ୍ରରେ ସୁସ୍ଥ ରଖିବା ପାଇଁ ଯତ୍ନବାନ ହେବାକୁ ପ୍ରେରଣା ଦେଇଥିଲେ । ଏହି ଉପଲକ୍ଷେ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ମନୋଜ ପଣ୍ଡା -ରକ୍ତଦାତା ଦିବସକୁ ସ୍ମରଣୀୟ କରିବା ନିମନ୍ତେ ନିଜେ ଏକ ୟୁନିଟ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ପୁନଶ୍ଚ ସୁସ୍ଥ ସ୍ୱାସ୍ଥ୍ୟ ବାର୍ତ୍ତାର ଜନ ସଚେତନତା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅତିଥି ତଥା ସଭାରେ ଯୋଗଦାନ କରିଥିବା ସମସ୍ତଙ୍କୁ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବାର୍ତ୍ତା ଲେଖା ଥିବା ଟି-ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ ସେବା ପାଇଁ ସଭାରେ ସମାଜସେବୀ ରକ୍ତଦାତା ମନୋଜ ପଣ୍ଡା ଓ କୁଷ୍ଠ ସାଥି ବୃନ୍ଦାବନ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଉଭୟଙ୍କ କାର୍ଯ୍ୟର ଭୁରିୟସୀ ପ୍ରଶଂସା କରିଥିଲେ ଅତିଥି ବୃନ୍ଦ । ସଭାରେ ସ୍ୱଚ୍ଛ ଭାରତର ସମସ୍ତ ସଭ୍ୟ, ମେଡିକାଲ ସେବିକା ଯୋଗ ଦେଇଥିବା ବେଳେ ଏନସିଡି ପରାମର୍ଶଦାତ୍ରୀ- ଗୀତାରାଣୀ ମେହେର, ଡିଇଓ -ନାରାୟଣ ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଲନା କରିଥିବାବେଳେ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + 15 =