ଚୋରି ହୋଇଯାଇଥିବା ମୋବାଇଲ ଫେରି ପାଇଲେ ମୋବାଇଲ ମାଲିକ

0 75

ନବରଙ୍ଗପପୁର: ବର୍ତ୍ତମାନ ସମୟରେ ମୋବାଇଲ ଏକ ମହତ୍ୱପୂର୍ଣ୍ଣ ଓ ଅପରିହାଯ୍ୟ ଦ୍ରବ୍ୟ ପାଲଟିଯାଇଛି । ନିଜ ବ୍ୟକ୍ତିଗତ ତଥ୍ୟ ସହ ଅଫିସ କାମଠାରୁ ଆରମ୍ଭ କରି ନିଜ ପ୍ରିୟଜନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ମୋବାଇଲରେ ରଖିଥାଉ । ତେବେ ଯଦି ସେହି ମୋବାଇଲ ହଜିଗଲେ କେତେ ଯେ କଷ୍ଟ ହୁଏ । କିନ୍ତୁ ଯଦି ସେହି ହଜିଯାଇଥିବା ମୋବାଇଲ ପୁନର୍ବାର ମିଳିଯାଏ ତେବେ ମନରେ ଖୁସି ଆସିବା ସ୍ୱାଭାବିକ । ନବରଙ୍ଗପୁର ପୋଲିସ ପକ୍ଷରୁ ହଜି ଯାଇଥିବା ମୋବାଇଲ ଖୋଜି ଆଣି ମୋବାଇଲ ମାଲିକଙ୍କ ମନରେ ଖୁସି ଫେରାଇ ଆଣିଛି । ବିଭିନ୍ନ ସମୟରେ ଲୋକେ ନିଜ ମନ ପସନ୍ଦ ମୋବାଇଲ ହଜାଇ ଦେଇ ଥାନାର ଦ୍ୱାରସ୍ଥ ହୋଇଥାଆନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଲୋକଙ୍କ ମୋବାଇଲକୁ ବହୁ କଷ୍ଟରେ ଉଦ୍ଧାର କରି ଆଜି ସେଥିମଧ୍ୟରୁ ୩୧ ଜଣଙ୍କ ମୋବାଇଲ ନବରଙ୍ଗପୁର ପୋଲିସ ଫେରାଇଛନ୍ତି । ଏନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ଜିଲ୍ଲା କାର୍ଯ୍ୟାଳୟରେ ସମସ୍ତ ମୋବାଇଲ ମାଲିକଙ୍କୁ ମୋବାଇଲ ଫେରାଇଛନ୍ତି । ୩୧ ଜଣ ଲୋକଙ୍କ ମୋବାଇଲ ଉଦ୍ଧାର ହୋଇଥିବା ଏସପି ଏସପି ସ୍ମିଥ ପି.ପରମାର ସୂଚନା ଦେଇଛନ୍ତି । ନିଜ ହଜିଯାଇଥିବା ମୋବାଇଲ ପୁନର୍ବାର ପାଇ ମାଲିକମାନଙ୍କ ମନ ଆନନ୍ଦରେ ଭରି ଯାଇଥିବା ସୂଚନା ଦେଇଛନ୍ତି । ପୋଲିସର ଏପରି କାର୍ଯ୍ୟକୁ ଜନ ସାଧାରଣରେ ଭୁୟସୀ ପ୍ରଶଂସା କରିଛନ୍ତି । ଆଗକୁ ଏପରି କାର୍ଯ୍ୟକରି ଜନ ସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ଜନମତ ପ୍ରକାଶ ପାଇଛି । ବର୍ତ୍ତମାନ ସମଗ୍ର ଜିଲ୍ଲାରେ ସାଇବର କ୍ରାଇମ ପୁଲିସ ସକ୍ରିୟ ଥିବା ଏବଂ ଲୋକଙ୍କ ସବୁ ସାଇବର ଅପରାଧର ସମାଧାନ କରାଯାଇ ପାରିଛି ବୋଲି ମତ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − 7 =