ଜ଼ିଲ୍ଲା କଳା ସଂସ୍କୃତି ସଂଘର ବୈଠକ, ବ୍ଲକ ଉପ ସଭାପତିଙ୍କୁ ପରିଚୟ ପତ୍ର ପ୍ରଦାନ

0 98

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ସଂସ୍କୃତି ଭବନରେ ନବ ନିଯୁକ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ଼ିଲ୍ଲା ସଂସ୍କୃତି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଜ଼ିଲ୍ଲାର ବାରଗୋଟି ବ୍ଲକର ଉପ ସଭାପତିମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ଜ଼ିଲ୍ଲା ସଂଯୋଜକ ସନ୍ତୋଷ ପାତ୍ର ଯୋଗଦେଇଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ଜ଼ିଲ୍ଲାରେ କଳା ଓ କଳାକାରଙ୍କ ବିକାଶ ପାଇଁ ପ୍ରୟାସ କରୁଥିବାରୁ ଜ଼ିଲ୍ଲା କଳାକାର ସଂଘର ସମସ୍ତ ବ୍ଲକ ଉପ ସଭାପତି ମାନେ ଉଚ୍ଚ ପ୍ରଶଂସା କରିଥିଲେ । ବୈଠକରେ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ରାଜା ରାମ ମୋହନ ରାଓ ଲାଇବ୍ରେରୀ କଳାକାର ଭତ୍ତା ସମ୍ବଦ୍ଧରେ ଆଲୋଚନା ହୋଇଥିଲା । କରୋନା ଯୋଗୁଁ କଳାକାରଙ୍କ ଜୀବନ ଜୀବିକା ଉଜୁଡି ଯାଇଥିବାରୁ କଳାକାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସଚେତନ କାର୍ଯ୍ୟକ୍ରମ କାମ କଳାକାରଙ୍କୁ ଯୋଗାଇ ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମରେ ଡିଏସସିଏମ ନିତ୍ୟାନନ୍ଦ ଅଫିସ ଆସିଷ୍ଟାଣ୍ଡ ନରେଶ ଉଜ୍ୱଳକାନ୍ତ ସାହୁ ସହଯୋଗ କରିଥିଲେ । ବାଲିଗୁଡା ବ୍ଲକ ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା, କ ନୂଆଗାଁ ବ୍ଲକ ଉପ ସଭାପତି ତ୍ରିନାଥ ପଣ୍ଡା, ଫୁଲବାଣୀ ବ୍ଲକ ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ଖଜୁରୀପଡା ବ୍ଲକ ଉପ ସଭାପତି ସରୋଜ କୁମାର ସାହୁ , ଦାରିଙ୍ଗବାଡି ବ୍ଲକ ଉପ ସଭାପତି ଗୋଲକ ବିହାରୀ ମଲ୍ଲିକ , ଫିରିଙ୍ଗିଆ ବ୍ଲକ ଉପ ସଭାପତି ଅଚ୍ୟୁତ ବେହେରା, ରାଇକିଆ ବ୍ଲକ ଉପ ସଭାପତି ସୁକାନ୍ତ ନାୟକ, ଘୁ ଉଦୟଗିରି ବ୍ଲକ ଉପ ସଭାପତି ଜୁନୁଷ ପରିଛା, ତୁମୁଡିବନ୍ଧ ବ୍ଲକ ଉପ ସଭାପତି ସଦାନନ୍ଦ ପରାସେଠ୍‌, କୋଟଗଡ ବ୍ଲକ ଉପ ସଭାପତି ରବୀନ୍ଦ୍ର ପ୍ରଧାନ, ଟିକାବାଲି ବ୍ଲକ ଉପ ସଭାପତି ସତପଥି ପ୍ରଧାନ, ଚକାପାଦ ବ୍ଲକ ଉପ ସଭାପତି ଭାଗିରଥି ସାହୁଙ୍କୁ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ପରିଚୟ ପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + two =