ଆନ୍ତର୍ଜାତୀୟ ଡ୍ରଗ୍ସ ଅପବ୍ୟବହାର ଓ ଅନୈତିକ କାରବାର ବିରୋଧ ଦିବସ ପାଳିତ

0 119

ପୁରୀ : ନିଶା ଏକ ମାରାତ୍ମକ ବ୍ୟାଧି ।ଏଥିରେ ବିଶେଷ ଭାବରେ ଯୁବବର୍ଗ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ସଚେତନ କରି ଭଲ ବାଟକୁ ଫେରେଇ ଆଣିବା ସମସ୍ତଙ୍କ ଦାୟିତ୍ୱ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ମତ ଦେଇଛନ୍ତି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଦକ ଦ୍ରବ୍ୟର ଅପବ୍ୟବହାର ତଥା ଅବୈଧ କାରବାର ବିରୋଧି ଅନ୍ତରାଷ୍ଟ୍ରୀୟ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଥିଲା । ଶ୍ରୀମନ୍ଦିର ନିକଟରୁ ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ବର୍ମା ଊଦଘାଟନ କରିବା ସହ ମାଦକ ପଦାର୍ଥ ବ୍ୟବହାରର ଅପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବାକୁ ନିରନ୍ତର ଉଦ୍ୟମ ପାଇଁ ପରାମର୍ଶ ଦେଇଥିଲେ । ଏହି ଶୋଭାଯାତ୍ରାରେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା, ବିଭାଗର ଅନ୍ୟାନ୍ୟ ଅଧିକାରୀ,ଏନସିସି କ୍ୟାଡେଟ, ସ୍ୱେଚ୍ଛାସେବୀ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ସଚେତନତା ବାଲୁକା କଳା ବେଳାଭୂମିରେ ପ୍ରଦର୍ଶିତ ହୋଇଥିଲା । ସଚେତନତା ଶୋଭାଯାତ୍ରା ଭିଆଇପି ରୋଡ,କଚେରି ଛକ,ହରିହର ଛକ ଦେଇ ପୁରୀ ହୋଟେଲ ସମ୍ମୁଖରେ ଶେଷ ହୋଇଥିଲା ।
ସେହିପରି ଗୁଣ୍ଡିଚା ମନ୍ଦିର ନିକଟରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମାଦକ ଦ୍ରବ୍ୟର ଅପବ୍ୟବହାର ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିମା ପଟ୍ଟନାୟକ, ଜିଲ୍ଲା ପରାମର୍ଶଦାତା ସିଦ୍ଧାର୍ଥ ରାୟ,ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା,ଛାତ୍ର ଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =